Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗିରଫ DSPଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ, ଚାକିରୀରୁ ହେଲେ ବରଖାସ୍ତ

15/01/2020 at 5:11 PM

ଶ୍ରୀନଗର ୧୫।୧: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ସହାୟତା କରିବା ଅଭିଯୋଗରେ ଗିରଫ ଡିଏସପି ଦେବେନ୍ଦ୍ର ସିଂହଙ୍କ ବିରୋଧରେ ଜମ୍ମୁ-କାଶ୍ମୀର ପୋଲିସ ବୁଧବାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଡିଏସପିଙ୍କୁ ପୋଲିସ ସେବାରୁ ବରଖାସ୍ତ କରାଯାଇଥିବା ନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ସେପଟେ ଗିରଫ ଡିଏସପିଙ୍କ ସୁରକ୍ଷା ଏଜେନ୍ସୀମାନେ ମାରାଥନ ପଚରା ଉଚରା ଚଳାଇଛନ୍ତି।

ଦେବେନ୍ଦ୍ର ସିଂହ ପ୍ରଥମରୁ ହିଁ ଥିଲେ ସନ୍ଦେହରେ
ଆତଙ୍କବାଦ ଯୋଗସୂତ୍ର ନେଇ ବିଭାଗରେ ପ୍ରଥମରୁ ହିଁ ସନ୍ଦେହରେ ଥିଲେ ଗିରଫ ଡିଏସପି ଦେବେନ୍ଦ୍ର ସିଂହ। ହେଲେ ପ୍ରତି ଥର ଭାଗ୍ୟ ତାଙ୍କର ସହଯୋଗ କରୁଥିଲା ଓ ସେ ବିବାଗୀୟ ଯାଞ୍ଚରୁ  ବର୍ତ୍ତିଯାଉଥିଲେ। ତେବେ ହିଜବୁଲ ଆତଙ୍କବାଦୀଙ୍କୁ ଦିଲ୍ଲୀ ଯିବା ଲାଗି ନିଜ ସହ ନେଇ କାସ୍ମୀର ସୀମା ପାର କରାଇବା ଉଦ୍ୟମ ତାଙ୍କୁ ଏବେ ମହଙ୍ଗା ପଡିଛି।

ଫୋନ କଲ ରେକର୍ଡରୁ ସନ୍ଦେହରେ ଥିଲେ ଦେବେନ୍ଦ୍ର
ଜମ୍ମୁ-କାଶ୍ମୀର ସୋପିଆନ ଡିଏସପି ସନ୍ଦୀପ ଚୌଧୁରୀ ଏକ ଟେଲିଫୋନ କଲ ରେକର୍ଡ କରିଥିଲେ। ଯେଉଁଥିରେ ଦେବେନ୍ଦ୍ର ସିଂହଙ୍କ ଆତଙ୍କବାଦୀ ସମ୍ପର୍କ ନେଇ ପୋଲିସ ପ୍ରଥମେ ସନ୍ଦେହ କରିଥିଲା। ହେଲେ ସତର୍କ ଦେବେନ୍ଦ୍ର ନିଜକୁ ସମ୍ଭାଳି ନେଇଥିଲେ। କିନ୍ତୁ ଲଗାତାର ତାଙ୍କ ଉପରେ ଗୁଇନ୍ଦା ନଜର ରହିଥିଲା ତାହା ସେ ଜାଣି ନଥିଲେ। ଗତ ଶୁକ୍ରବାର ମଧ୍ୟ ସେଇଆ ହୋଇଥିଲା। ଦେବେନ୍ଦ୍ରଙ୍କ ଫୋନ କଲ ରେକର୍ଡ କରାଯାଇଥିବା ବେଳେ ହିଜବୁଲ ଜିଲ୍ଲା କମାଣ୍ଡର ନବିଦ ବାବୁ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା।

ବାବୁର କଥା ଅନୁସାରେ ସେ ଓ ତାରଜଣେ ସହ।ଯୋଗୀକୁ ଦେବେନ୍ଦ୍ର ନିଜ କାରରେ ଶ୍ରୀନଗରରୁ ଜମ୍ମୁ ନେଇ ଯିବେ ବୋଲି  ଜଣା ପଡିଥିଲା। ସେହି ଅନୁସାରେ ଦେବେନ୍ଦ୍ର, ବାବୁ ଓ ତାର ସାଥୀକୁ ନିଜ ଆଇ-୧୦ କାରରେ ବସାଇ ଜମ୍ମୁ ଲାଗି ପ୍ରସ୍ଥାନ କରିଥିବା ବେଳେ ତାଙ୍କ ଗତିବିଧିର ପୁରା ମନିଟରିଂ କରିଥିଲେ ଦକ୍ଷିଣ କାଶ୍ମୀରର ଡିଆଇଜି ଅତୁଲ ଗୋୟଲ। କୁଲଗାଓଁ  ମୀର ବଜାର ପୋଲିସ ଫାଣ୍ଡି ନିକଟରେ ଦେବେନ୍ଦ୍ରଙ୍କ କାରକୁ ପୋଲିସ ରୋକି ଦେଇଥିଲା। ମାତ୍ର ଦୁଇପଦ କଥା ବାର୍ତ୍ତାରେ ଦେବେନ୍ଦ୍ର, ବାବୁ ସମେତ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ।

   Related Posts