ଜାମ୍ମୁ-କାଶ୍ମୀରର ପୂର୍ବତନ ଡିଜିପି କହିଲେ- ଘାଟିରେ ହିନ୍ଦୁଙ୍କୁ ଦିଆଯାଉ ଅସ୍ତ୍ର ଶସ୍ତ୍ର ଓ ଟ୍ରେନିଂ

Published By : Prameya-News7 Bureau | June 12, 2020 IST

ନୂଆଦିଲ୍ଲୀ ୧୨।୦୬: ଜାମ୍ମୁ-କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଏସ.ପି. ବୈଦ୍ୟ କାଶ୍ମୀରରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ଅସ୍ତ୍ର ଶସ୍ତ୍ର ଯୋଗାଇ ଦେବା ଏବଂ ପ୍ରଶିକ୍ଷଣ ଦେବାକୁ ଯୁକ୍ତି ବାଢିଛନ୍ତି। ସେ କହିଛନ୍ତି, ଭିଜେଲ୍ ଡିଫେନ୍ସ କମିଟି ଫର୍ମୁଲାକୁ ଉତ୍ତମ ସମନ୍ଵୟ ଓ ଯୋଜନା ସହିତ ଲାଗୁ କରିବାରେ କୌଣସି କ୍ଷତି ନାହିଁ। ବୈଦ୍ୟ କହିଛନ୍ତି, ଜାମ୍ମୁର ଚିନାବ ଘାଟିରେ ହିନ୍ଦୁଙ୍କୁ ଅସ୍ତ୍ର ଶସ୍ତ୍ର ଦିଆଯାଇଥିଲା। ଏହା ନବେ ଦଶନ୍ଧିରେ ହିନ୍ଦୁଙ୍କ ପଳାୟନ ରୋକିବାରେ ବେଶ୍ ସହାୟକ ମିଳିଥିଲା।

ଜାମ୍ମୁ-କାଶ୍ମୀର ପୋଲିସର ପୂର୍ବତନ ଜିଡିପି ବୈଦ୍ୟ ଏହା ମଧ୍ୟ କହିଛନ୍ତି କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଦୁର୍ବଳ ବର୍ଗର ମୁସଲିମଙ୍କୁ ମଧ୍ୟ ଅସ୍ତ୍ର ଶସ୍ତ୍ର ଦେବା ଉଚିତ୍। ସେ କହିଛନ୍ତି, ମୁଁ ପ୍ରଥମ ବ୍ୟକ୍ତି, ଯିଏ ଜାମ୍ମୁ-କାଶ୍ମୀରରେ ପ୍ରଥମ ଭିଲେଜ୍ ଡିଫେନ୍ସ କମିଟି ଗଠନ କରିଥିଲି। ଇସ୍ରାଏଲ ପରି କାଶ୍ମୀର ଘାଟିରେ ମଧ୍ୟ ଦୁର୍ବଳ ଲୋକଙ୍କ ପାଇଁ ସ୍ଵତନ୍ତ୍ର ପ୍ରାବଧାନ କରାଯିବାର ଆବଶ୍ୟକତା ରହିଛି।

ପୂର୍ବତନ ଡିଜିପି ଏସ.ପି. ବୈଦ୍ୟ ଏହା ମଧ୍ୟ କହିଛନ୍ତି, କାଶ୍ମୀର ଘାଟିରେ ଭିଲେଜ୍ ଡିଫେନ୍ସ କମିଟି ଗଠନ କରିବା ମୁସ୍କିଲ କାମ, ମାତ୍ର ଏହା ଅସମ୍ଭବ ନୁହେଁ। ବୈଦ୍ୟଙ୍କ ଏହି ବୟାନ ସେହି ସମୟରେ ସାମ୍ନାକୁ ଆସିଛି, ଯେବେ ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସରପଞ୍ଚ ଅଜୟ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଜୟ ପଣ୍ଡିତଙ୍କ ହତ୍ୟା ପାଇଁ ଆତଙ୍କୀ ସଗଂଠନ ଲସ୍କର ଇ ତୋଇବା ସହ ଜଡିତ ସଂଗଠନ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ(TRF)ନିଜକୁ ଦାୟୀ କରିଥିଲା।

ଆତଙ୍କବାଦୀ ସୋମବାର ସନ୍ଧ୍ୟା ୬ଟାରେ ସରପଞ୍ଚ ଅଜୟ ପଣ୍ଡିତଙ୍କ ହତ୍ୟା କରିଥିଲେ। ଅଜୟ ପଣ୍ଡିତ କଂଗ୍ରେସର ସଦସ୍ୟ ଥିଲେ। ଆତଙ୍କବାଦୀ ଅଜୟ ପଣ୍ଡିତଙ୍କୁ ଗୁଳି କରିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ଅନ୍ୟପଟେ ଅଜୟ ପଣ୍ଡିତଙ୍କ ହତ୍ୟାକୁ ନେଇ ସମଗ୍ର ଦେଶରେ ଆକ୍ରୋଶର ମାହୋଲ ରହିଛି। ଏହା ସହ ଦେଶରେ କାଶ୍ମୀର ହିନ୍ଦୁଙ୍କ ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.