ଜାମ୍ମୁ-କାଶ୍ମୀର : ଅବନ୍ତୀପୁରାରେ ଯୁବକଠାରୁ ମିଳିଲା ଚାଇନା ଗ୍ରେନେଡ୍, ବଡ ଧରଣର ଆକ୍ରମଣକୁ ପଣ୍ଡ କଲା ଭାରତୀୟ ସେନା

Published By : Prameya-News7 Bureau | December 25, 2020 IST

ଜାମ୍ମୁ ୨୫/୧୨ : ଜାମ୍ମୁ-କାଶ୍ମୀରରେ ଶୁକ୍ରବାର ପୋଲିସକୁ ବଡ ସଫଳତା ମିଳିଛି । ଏକ ବଡ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ପୋଲିସ । ଅବନ୍ତିପୁରା ଅଞ୍ଚଳରେ ପୋଲିସ ଜଣେ ଯୁବକକୁ ଗିରଫ କରିବାରେ ସକ୍ଷମ ହୋଇଛି । ସଂପୃକ୍ତ ଯୁବକ ନିକଟରୁ ଚାଇନାର ଏକ ହ୍ୟାଣ୍ଡ୍ ଗ୍ରେନେଡ୍ ମଧ୍ୟ ଜବତ କରାଯାଇଛି । ତେବେ ଯୁବକଜଣକ ସେହି ଚାଇନା ଗ୍ରେନେଡ୍‌‌କୁ ଘରେ ଏକ ପ୍ଲାଷ୍ଟିକ୍ ଜାର୍‌ରେ ଲୁଚେଇକି ରଖିଥିଲା ବୋଲି ପୋଲିସ ସୂଚନା ଦେଇଛି ।

ଗିରଫ ଯୁବକଜଣକ ହେଉଛି ଆମୀର ଅଶରଫ୍ ଖାନ । ଆମୀର ସେହି ଚାଇନା ଗ୍ରେନେଡ୍‌କୁ ନିଜ ଘରର କମ୍ପାଉଣ୍ଡ୍‌ ମଧ୍ୟରେ ଏକ ପ୍ଲାଷ୍ଟିକ୍ ଜାର ମଧ୍ୟରେ ଲୁଚେଇକି ରଖିଥିଲା । ଗତ ଗୁରୁବାର ଦିନ ବାରମୁଲା ଜିଲ୍ଲାରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ ହୋଇଥିଲା । ଏହି ଗୁଳିମାଡରେ ୨ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତୀୟ ସେନା । ଏହା ବାଦ୍ ଅବନ୍ତିପୁରାରେ ଭାରତୀୟ ସେନା ଆତଙ୍କୀ ସଂଗଠନ ଅଲ୍-ବଦ୍ରର ୪ ଜଣ ଆତଙ୍କବାଦୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।

{"id":382650,"width":581,"height":447,"sizeSlug":"large","linkDestination":"none"}

ଅବନ୍ତୀପୁରାରେ ସେନାକୁ ବଡ ଧରଣର ସଫଳତା ସଫଳତା ମିଳିଥିଲା । ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା ଭାରତୀୟ ସେନା । ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ନିକଟରୁ AK-56 ରାଇଫଲ , ୨୮ ରାଉଣ୍ଡ ଗୁଳି ଏବଂ ହ୍ୟାଣ୍ଡ ଗ୍ରେନେଡ୍ ଜବତ କରିଥିଲା । CRPF ସହିତ ସ୍ଥାନୀୟ ପୋଲିସ ମଧ୍ୟ ଏହି ସର୍ଚ୍ଚ ଅପରେସନରେ ସାମିଲ ଥିଲା ।

ନିକଟରେ ଜାମ୍ମୁ-କାଶ୍ମୀରରେ ଜିଲ୍ଲା ବିକାଶ ନିର୍ବାଚନ ଶେଷ ହୋଇଛି । ଧାରା ୩୭୦ ହଟାଯିବା ପରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଠଟି ପର୍ଯ୍ୟାୟ ମତଦାନ ପରେ ଡିଡିସି ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଇଥିଲା । ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ସୁରକ୍ଷା ଏଜେନ୍ସିମାନେ ମଧ୍ୟ ସତର୍କ ରହିଥିଲେ । ଉଲ୍ଲେଖନୀୟ କଥା ହେଉଛି, ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ତେବେ ବିରୋଧି ମେଣ୍ଟ ଗୁପକାର ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.