ସିଭିଲ୍ ସର୍ଭିସ୍‌ରେ ଜାମ୍ମୁ-କାଶ୍ମୀର କ୍ୟାଡର ସମାପ୍ତ କଲେ କେନ୍ଦ୍ର ସରକାର, ଜାରି କଲେ ନୂତନ ଆଦେଶ

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ ୦୭।୦୧: କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀର ପ୍ରଶାସନିକ ସେବା(ସିଭିଲ ସର୍ଭିସ୍) କ୍ୟାଡରକୁ ସମାପ୍ତ କରିଛନ୍ତି। ସରକାର ଗୁରୁବାର ଏହି ସମ୍ବନ୍ଧିତ ଆଦେଶ ଜାରି କରିଛନ୍ତି। ଜାମ୍ମୁ-କାଶ୍ମୀର ପୁନର୍ଗଠନ ଆକ୍ଟ ୨୦୧୯ରେ ସଂଶୋଧନ ପାଇଁ ଅଧିସୂଚନା ଜାରି କରାଯାଇଛି। ଆଦେଶ ଅନୁଯାୟୀ ଜାମ୍ମୁ-କାଶ୍ମୀରର ଆଇଏଏସ, ଆଇପିଏସ ଓ ଆଇଏଫଏସ ବର୍ତ୍ତମାନ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡରର ଅଂଶ ହେବେ।

ଏହା ପୂର୍ବରୁ ଜାମ୍ମୁ-କାଶ୍ମୀର କ୍ୟାଡରର ଅଧିକାରୀଙ୍କ ନିଯୁକ୍ତି ଅନ୍ୟ ରାଜ୍ୟରେ ହେଉନଥିଲା। ସରକାରଙ୍କ  ନୂତନ ଆଦେଶ ପରେ ଏବେ ଜାମ୍ମୁ-କାଶ୍ମୀର ଅଧିକାରୀଙ୍କୁ ଅନ୍ୟ ରାଜ୍ୟରେ ମଧ୍ୟ ନିଯୁକ୍ତ କରାଯାଇ ପାରିବ। ଉଲ୍ଲେଖଯୋଗ୍ୟ, ମୋଦୀ ସରକାର ୨୦୧୯ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିଥିଲେ। ଏଥିସହ ଜାମ୍ମୁ-କାଶ୍ମୀର ରାଜ୍ୟର ପୁନର୍ଗଠନ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଓ ଲଦାଖରେ ବିଭକ୍ତ କରିଥିଲେ।

ଏହା ପୂର୍ବରୁ ସରକାର ଦୁଇ କେନ୍ଦ୍ର ଶାସିତ ଅଞ୍ଚଳର ବିକାଶକୁ ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେଇ ସାରିଛନ୍ତି। ଗତ ଦିନରେ ଲଦାଖକୁ ନେଇ ଗୃହ ମନ୍ତ୍ରୀ ଅମିତ୍ ଶାହା ବୈଠକ କରିଥିଲେ। ଲଦାଖର ସଂସ୍କୃତି ଏବଂ ପରିଚୟ କାଏମ ରଖିବା ନେଇ ଅମିତ୍ ଶାହା ଲେହ-ଲଦାଖର ପ୍ରତିନିଧିମଣ୍ଡଳ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ ମନ୍ତ୍ରୀ ଏହି ପ୍ରସଙ୍ଗରେ କାମ କରିବା ପାଇଁ ଏକ କମିଟି ଗଠନର ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.