ଜମ୍ମୁକାଶ୍ମୀରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କବାଦୀ

Published By : Prameya-News7 Bureau | August 22, 2018 IST

ଶ୍ରୀନଗର ୨୨/୮ : ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀମାନେ ବିଜେପି କାର୍ଯ୍ୟକର୍ତ୍ତା ସବିର ଅହମ୍ମଦ ଭଟ୍ଟଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ସେ ବିଜେପିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ । ଆତଙ୍କବାଦୀମାନେ ଗତକାଲି ବିଳମ୍ବିତ ରାତିରେ ସବିରଙ୍କ ଘରେ ପହଞ୍ଚି ତାଙ୍କୁ ଗୁଳିକରି ହତ୍ୟା କରିଥିଲେ । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆତଙ୍କବାଦୀମାନଙ୍କୁ ଖୋଜିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ ମଧ୍ୟ ଚଳାଇଛି । ହତ୍ୟାକାଣ୍ଡ ସହ ଜଡିତ ଅନ୍ୟ ଦିଗରେ ମଧ୍ୟ ପୁଲିସ ଛାନଭିନ ଚଳାଇଛି । ଅତଙ୍କବାଦୀମାନେ ଏଭଳି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିବା ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ବିଜେପି ନେତା ଗୌହର ହୁସେନ ଭଟ୍ଟଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ । ସେ ଦକ୍ଷିଣ ସୋପିଆନର ବୋଗମରେ ରହୁଥିବା ବେଳେ ତାଙ୍କ ମୃତଦେହ କିଲ୍ଲୁରର ଏକ ପାର୍କରୁ ମିଲିଥିଲା ବର୍ତ୍ତମାନ ସେ ଘଟଣାର ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.