ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଶନିବାର ଜାମ୍ମୁ-କାଶ୍ମୀର ଗସ୍ତ କରିବେ ଶାହା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Published By : Prameya-News7 Bureau | October 22, 2021 IST

ନୂଆଦିଲ୍ଲୀ ୨୨/୧୦: ଧାରା ୩୭୦ ଏବଂ  ୩୫ଏ ଉଚ୍ଛେଦ ପରେ ପ୍ରଥମ ଥର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାମ୍ମୁକାଶ୍ମୀର ଗସ୍ତ କରିବେ। ଅକ୍ଟୋବର ୨୩ରେ ଶାହାଙ୍କ ଗସ୍ତ ଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜାମ୍ମୁ ଏବଂ ଶ୍ରୀନଗରରେ ପୋଲିସ ଛାଉଣୀ ହୋଇଥିବା ଅତିରିକ୍ତ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି । ଗଳି କନ୍ଦି ଉପରେ ନଜର ରଖିବାକୁ ଡ୍ରୋନ୍‌ର ବ୍ୟବହାର କରାଯାଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଅଭୂତପୂର୍ବ ବ୍ୟବସ୍ଥା ହୋଇଛି ।

ଶ୍ରୀନଗର ଯାତ୍ରା କରିବା ସହ ଶାହା ଶାରଜାହ ବିମାନ ସେବାର ଶୁଭାରମ୍ଭ କରିବେ। ଏହା ସହ ଟାର୍ଗେଟ କିଲିଂକୁ ନେଇ ଉଚ୍ଚ ସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ କରିବା ସହ ଜାମ୍ମୁରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଜାମ୍ମୁ ଆଇଆଇଟିରେ ନୂଆ ବ୍ଲକ୍‌ର ଉଦଘାଟନ କରିବେ ଅମିତ ଶାହା।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବିକ, ଗୃହମନ୍ତ୍ରୀ ଅକ୍ଟୋବର ୨୩ (ଶନିବାର)ରେ ଶ୍ରୀନଗର ପହଞ୍ଚିବେ। ସେଠାରେ ଏସକେଆଇସିସିରେ ଆୟୋଜିତ ଲଭାର୍ଥୀ ସମ୍ମିଳନୀରେ ଯୋଗ ଦେବେ । ଶ୍ରୀନଗରରେ ରହି ଜାତୀୟ ଯୋଜନାର କାର୍ଯ୍ୟ ସମୀକ୍ଷା କରିବେ। ପର୍ଯ୍ୟଟନ ସହ ଜଡ଼ିତ ପ୍ରୋଜେକ୍ଟ ଉପରେ ମଧ୍ୟ ଚର୍ଚ୍ଚା କରିବେ ଶାହା। ଆଭ୍ୟନ୍ତରୀଣ ସୁରକ୍ଷା, ଆତଙ୍କବାଦ ନିରୋଧୀ କାର୍ଯ୍ୟଶୈଳୀ ଏବଂ ରଣନୀତି ଉପରେ ପ୍ରତିରକ୍ଷା ଏଜେନ୍ସି ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ଗୃହମନ୍ତ୍ରୀ ଅମିତ ଶାହା।  

ଅକ୍ଟୋବର ୨୪ରେ ଅମିତ ଶାହା ଜାମ୍ମୁ ଆଇଆଇଟିର ନୂଆ ବ୍ଲକର ଉଦଘାଟନ କରିବେ। ଏହା ସହ ଭଗବତୀ ନଗରରେ ଆୟୋଜିତ ସଭାରେ ସମ୍ବୋଧନ କରିବେ। ଏହା ବ୍ୟତୀତ ରାଜଭବନରେ କିଛି ପ୍ରତିନଧିମଣ୍ଡଳ ସହ ଶାହା ସାକ୍ଷାତ କରିବାକର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.