Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଜାମ୍ମୁ କାଶ୍ମୀର କୁପୱାଡାର ମାଛିଲ ସେକ୍ଟରରେ ହିମସ୍ଖଳନ,ବରଫ ଅତଡ଼ା ଧସି ୩ ଯବାନ ସହିଦ

14/01/2020 at 9:40 PM

ଶ୍ରୀନଗର୧୪/୧: ଜାମ୍ମୁ କାଶ୍ମୀର କୁପୱାଡାର ମାଛିଲ ସେକ୍ଟରରେ ଭୀଷଣ ବରଫ ଝଡ ସାଙ୍ଗକୁ ହିମସ୍ଖଳନ। ବରଫ ଅତଡ଼ା ଧସିଯିବା ଫଳରେ ୫ ଯବାନ ସହିଦ ହୋଇଛନ୍ତି । ପ୍ରବଳ ବରଫପାତ ଯୋଗୁ ଉଦ୍ଧାରକାରୀ ଦଳ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଗତ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ତୁଷାର ପାତ ଯୋଗୁଁ କାଶ୍ମୀରର ଅନେକ ସ୍ଥାନରେ ଏଭଳି ଘଟଣାର ଖବର ଆସୁଛି । ମାଛିଲ ସେକ୍ଟରର ରିଙ୍ଗବାଲା ଏବଂ ଗନ୍ଦେରବାଲର ସୋନମାର୍ଗରେ ବରଫ ଝଡ଼ ସୃଷ୍ଟି ହୋଇଛି । ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ବର୍ଷା ଏବଂ ବରଫ ଝଡ଼ ଲୋକଙ୍କୁ ଜୀବନକୁ ଦୁର୍ବିସହ କରିଦେଇଛି ।

ବାରାମୁଳା, ବାନ୍ଦୀପୋରା ଏବଂ ଗାନ୍ଦରବଲ ଅଞ୍ଚଳରେ ହିମସ୍ଖଳନ ଯୋଗୁ ଅନେକ କୋଠା ଦବିଯାଇଛି ।  ପୂର୍ବରୁ ୭ ଜାନୁଆରୀରେ ପୁଞ୍ଛ ଜିଲ୍ଲାରେ ସେନାର ଏକ ପୋର୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ, ଡିସେମ୍ୱର ୩ ତାରିଖରେ ଦୁଇଟି ଭିନ୍ନ ଘଟଣାରେ ୪ ଜଣ ଯବାନ ସହିଦ ହୋଇଥିଲେ । 

   Related Posts