ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ଜେଲ୍‌ ଯାଇଥିବା କର୍ମୀଙ୍କୁ ମିଳିଲା ଜିମିନ୍‌

Published By : Prameya-News7 Bureau | July 01, 2021 IST

ଝାରସୁଗୁଡ଼ା, ୦୧/୦୭: ସପ୍ତାହେ କାଳ ଜେଲରେ ରହିବା ପରେ ଆଜି ଜାମିନ ପାଇଲେ ସୂଚନା ଅଧିକାର କର୍ମୀ ସତ୍ୟନାରାୟଣ ରାଓ। ଗତ 24 ତାରିଖରେ ଝାରସୁଗୁଡା ପୌର ପରିଷଦରୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ତଥ୍ୟ ନପାଇବାରୁ ନିର୍ବାହୀ ଅଧିକାରୀ ଙ୍କ ସହ ଉଚ୍ଚବାଚ ହୋଇଥିଲା। ଫଳରେ ନିର୍ବାହୀ ଅଧିକାରୀ ଙ୍କ ଏତଲା ବଳରେ ଝାରସୁଗୁଡା ପୋଲିସ ସତ୍ୟନାରାୟଣଙ୍କୁ ଭାରତୀୟ ପିଙ୍ଗଳ କୋର୍ଡର ୨୯୪, ୩୫୩, ୫୦୬  ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।

କୋର୍ଟରେ ସତ୍ୟନାରାୟଣଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ୭ ଦିନ ପରେ ଜିଲ୍ଲା ଦୌରା ଜଜ ଆଜି ତାଙ୍କ ଜାମିନ ମଂଜୁର କରିବା ପରେ ସନ୍ଧ୍ୟାରେ ସେ ଜେଲରୁ ବାହାରି ଥିଲେ। ସତ୍ୟନାରାୟଣ ରାଓ ଜେଲରୁ ବାହାରିବା ପରେ ତାଙ୍କୁ ପାଛୋଟି ଆଣିବାକୁ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ପହଞ୍ଚି ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ। ସେ ଜେଲରୁ ବାହାରି ନିଜ ଶୁଭେଚ୍ଛୁଙ୍କ ଗହଣରେ ଭାବ ବିହ୍ଵଳିତ ହୋଇ ଝାରସୁଗୁଡାରେ ଅନ୍ୟାୟ ବିରୁଦ୍ଧରେ ତାଙ୍କ ସଂଗ୍ରାମ ଜାରି ରହିବ ବୋଲି ଦୃଢ଼ଭାବେ ପ୍ରକାଶ କରି କୌଣସି ରାଜନୈତିକ ଚକ୍ରାନ୍ତ ତାଙ୍କୁ ଲଢ଼େଇରୁ ରୋକି ପାରିବନି ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.