କୁଚିଣ୍ଡା୨୧/୧୦: ଜମିଜମା ପାଇଁ ଚାଲିଗଲା ୩ ଜଣଙ୍କ ଜୀବନ। ମହୁଲିପାଲି ଥାନା ଲଫଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଜମିବାଡି ଘଟଣାକୁ କେନ୍ଦ୍ରକରି ଟ୍ରିପଲ ମର୍ଡର ହୋଇଛି।
ମୃତକ ହେଲେ ଝିଅ ସାବିତ୍ରୀ ବେହେରା, ଜ୍ବାଇଁ, ଗିରିଧାରୀ ବେହେରା ଏବଂ ଶାଶୁ ହୀରାବତୀ ବେହେରା। ଅଭିଯୁକ୍ତ ପଡୋଶୀ ନନୀନ ଦେହେରୀ ଟିଙ୍ଗିଆରେ ହାଣି ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।