ଜମିବାଡି ଗଣ୍ଡଗୋଳରୁ ଗଡିଲା ମୁଣ୍ଡ: ଥାନାରେ ୪ ଅଟକ

Published By : Prameya-News7 Bureau | July 04, 2020 IST

କୋରାପୁଟ୪/୭: ଜମିବାଡି ଗଣ୍ଡଗୋଳରୁ ଗଡିଲା ମୁଣ୍ଡ। କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଆନ୍ତର୍ଗତ ଜାଗୁଗୁଡାରେ ଜମିଜମା ଗଣ୍ଡଗୋଳ ମାମଲାରେ  ସାଲେ ହାରେକା ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ବନ୍ଧୁଗାଁ ପୋଲିସ୍ ଜାଗୁଗୁଡା ଗ୍ରାମର ୪ ଜଣଙ୍କୁ ଅଟକ ରଖି ପଚରାଉଚାରା କରୁଛି।  ବନ୍ଧୁଗାଁ ଥାନା ଥାନା ଅଧିକାରୀ ତପନ ନାହାକ କହିଛନ୍ତି ଯେ, ଗତ ୨ ତାରିଖରେ ଜାଗୁଡା ଗ୍ରାମର ସାଲେ ହାରେକା ଓ ତାଙ୍କ ସଂପର୍କୀୟ ଭାଇଙ୍କ ମଧ୍ୟରେ ଜମିଜମା ଗଣ୍ଡଗୋଳ ହୋଇଥିଲା।

ସଂପର୍କୀୟ ଭାଇମାନେ ସାଲେ ହାରେକାଙ୍କ ହାତକୁ ଦଉଡିରେ ବାନ୍ଧି ପଥର ଦ୍ବାରା ଆକ୍ରମଣ କରିଥିଲେ। ହାରେକାଙ୍କ ମୃତ୍ୟୁ ପରେ ଶବକୁ ଜମିରେ ଛାଡି ପଳେଇ ଯାଇଥିଲେ। ଏ ନେଇ ଗତକାଲି ସନ୍ଧ୍ୟାରେ ବନ୍ଧୁଗାଁ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ହତ୍ୟା ଘଟଣାରେ ଜାଗୁଗୁଡା ଗ୍ରାମର ସାଲେଙ୍କ ସଂପର୍କୀୟ ୪ ଜଣଙ୍କୁ ଥାନାରେ ଅଟକ ରଖିଯାଇଛି। ଏ ନେଇ ବନ୍ଧୁଗାଁ ଥାନାରେ ୬୬/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଅଧିକାରୀ ନାହାକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.