Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପାକିସ୍ତାନ ‘ଆଜାଦୀ ମାର୍ଚ୍ଚ’: ଆଲୋଚନା ଲାଗି ସରକାରଙ୍କ ପ୍ରସ୍ତାବକୁ ମୌଲାନାଙ୍କ ଅସ୍ୱୀକାର, କହିଲେ ଇସ୍ତଫା ଦେଇ ଘରକୁ ଯାଅ

8/11/2019 at 7:31 PM

ଇସ୍ଲାମାବାଦ: ପାକିସ୍ତାନ ଇମ୍ରାନ ସରକାରଙ୍କ ଲାଗି ଏବେ ମୌଲାନା ଫଜଲୁର ରହମାନ ନୂଆ ଚିନ୍ତା ପାଲଟିଛନ୍ତି। କ୍ଷମତାରୁ ଇମ୍ରାନଙ୍କୁ ହଟାଇବା ଲାଗି ମୌଲାନାଙ୍କ ଆଜାଦୀ ମାର୍ଚ୍ଚ ଏବ ରାଜଧାନୀରେ ଆନ୍ଦୋଳନ ଚଳାଇଥିବା ବେଳେ ଆଲୋଚନା ଲାଗି ସରକାରଙ୍କ ପ୍ରସ୍ତାବକୁ ଅସ୍ୱୀକାର କରିଛନ୍ତି। ଜମିୟତ ଉଲେମା-ଏ-ଇସ୍ଲାମ ନେତା ମୌଲାନା ସରକାରଙ୍କୁ ତାଙ୍କର  ଦୁଇପଦ କଥା ଶୁଣେଇଦେଇଛନ୍ତି। କହିଛନ୍ତି ଇସ୍ତଫା ଦିଅ ଓ ଘରକୁ ଯାଅ।

ଅନ୍ୟପକ୍ଷରେ ମୌଲାନା ଆନ୍ଦୋଳନରତ ଲୋକଙ୍କୁ ସମ୍ବୋଧିତ କରି ସରକାରୀ ପ୍ରତିନିଧି ମଣ୍ଡଳ ବିନା ଏଜେଣ୍ଡାରେ ଆଲୋଚନାକୁ ଆସିବା ଉଚିତ ନୁହେଁ ବୋଲି କହିଛନ୍ତି। ଏହା ସତ୍ତ୍ୱେ ଆଲୋଚନାକୁ ଆସୁଥିବା ସରକାରୀ ପ୍ରତିନିଧି ସାଙ୍ଗରେ ଇମ୍ରାନଙ୍କ ଇସ୍ତଫା ଧରି ଆଲୋଚନାକୁ ଆସନ୍ତୁ ବୋଲି କହିଛନ୍ତି। ମୌଲାନା ସେନାର ଡିଜି ଆଇଏସପିଆର ମେଜର ଜେନେରାଲ ଆସିଫ ଗଫୁରଙ୍କ ବୟାନକୁ ସ୍ୱାଗତ କରିଛନ୍ତି। ମେଜର ଜେନେରାଲ ଗଫୁର ଦେଶର ସେନା ସାଧାରଣ ନିର୍ବାଚନ ଓ ଅନ୍ୟ ରାଜନୈତିକ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରପେକ୍ଷ ବୋଲି କହିଥିଲେ। ଏଣୁ ଆଜାଦୀ ମାର୍ଚ୍ଚ ହଟାଇବା ଲାଗି ବିରୋଧୀ ଦଳ ଓ ଇମ୍ରାନ ସରକାରଙ୍କ ମଧ୍ୟରେ ସେନା ମଧ୍ୟସ୍ଥତା କରିବ ନାହିଁ ବୋଲି ଗଫୁର ସ୍ପଷ୍ଟ କରିଦେଇଥିଲେ।

ସୂଚନା ଯୋଗ୍ୟଯେ ଗତ ମଙ୍ଗଳବାର ସରକାର ଓ ବିରୋଧୀ ଦଳଙ୍କ ମଧ୍ୟରେ ଆଜାଦୀ ମାର୍ଚ୍ଚ ନେଇ ଦ୍ୱିତୀୟ ରାଉଣ୍ଡ ଆଲୋଚନା ବିଫଳ ହୋଇଥିଲା। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଇସ୍ତଫା ଦାବିକୁ ଛାଡି ଆଜାଦୀ ମାର୍ଚ୍ଚର ଅନ୍ୟ ସମସ୍ତ ଦାବି ମାନିନେଇଥିଲେ। ତେବେ ଆଜାଦି ମାର୍ଚ୍ଚ ଶୁକ୍ରବାର ଅଷ୍ଟମ ଦିନରେ ପହଞ୍ଚି ଥିବା ବେଳେ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ଯାଇଛନ୍ତି। ଏଥିରେ ବିରୋଧୀ ଦଳ ମୌଲାନାଙ୍କ ଶ୍ୱରରେ ଶ୍ୱର ମିଳାଇଥିବା ବେଳେ ଇମ୍ରାନଙ୍କ ସହ ଆଲୋଚନା ଲାଗି ମୌଲାନା ସମସ୍ତ ଦ୍ୱାର ଅବରୋଧ କରିଛନ୍ତି।

   Related Posts