ଆନ୍ଦୋଳନ କରୁଥିଲେ କିନ୍ତୁ ଆମ୍ବୁଲାନ୍ସକୁ ବାଟ ଛାଡ଼ିଦେଲେ, ଇଣ୍ଟରନେଟ୍ରେ ଜାମିୟା ମିଲିୟା ଇସଲାମିଆର ଛାତ୍ରଙ୍କୁ ପ୍ରଂଶସା
18/12/2019 at 4:49 PM

ନୂଆଦିଲ୍ଲୀ୧୮/୧୨: ଜାମିୟା ମିଲିୟା ଇସଲାମିଆର ଛାତ୍ର ଆମ୍ବୁଲାନ୍ସକୁ ଛାଡ଼ିଦେଲେ ବାଟ। ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଜାମିୟା ମିଲିୟା ଇସଲାମିଆ ବିଶ୍ୱବିଦ୍ୟାଳୟର ଆଖପାଖ ଅଞ୍ଚଳରେ ହୋଇଥିବା ହିଂସା ପ୍ରଦର୍ଶନର ନିଆଁ ଉତ୍ତରପ୍ରଦେଶକୁ ବ୍ୟାପିଛି ପରିସ୍ଥିତିକୁ ଦେଖି କଲେଜ ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ସମୟ ବିକ୍ଷୋଭକାରୀ ଛାତ୍ରଙ୍କ ଏଭଳି ଏକ କାର୍ଯ୍ୟକୁ ସମସ୍ତେ ପ୍ରଂଶସା କରିଛନ୍ତି।
ଗତ କିଛି ଦିନ ହେବ ଜାମିୟା ମିଲିୟା ଇସ୍ଲାମିଆର ଛାତ୍ରମାନେ ରାସ୍ତା ଅବରୋଧ କରି ନାଗରିକତା ସଂଶୋଧନ ବିଲ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ ଏକ ଘଟଣା ଘଟିଛି ଯାହାକୁ ସବୁ ବର୍ଗ ଲୋକମାନେ ଜାମିଆର ଛାତ୍ରଙ୍କୁ ପ୍ରଂଶସା କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଛାତ୍ରମାନେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ି ଦେଇଛନ୍ତି। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସାଧାରଣତଃ ବିକ୍ଷୋଭ ବେଳେ ଜରୁରୀକାଳୀନ ସେବା ଠପ୍ ହୋଇଯାଇଥାଏ। ଏଥିସହ ଯାତ୍ରୀମାନଙ୍କ ଯାତାୟାତରେ ବାଧାପ୍ରାପ୍ତ ହୋଇଥାଏ। କିନ୍ତୁ ଏତେ ଭିଡ଼ ଭିତରେ ଆମ୍ବୁଲାନସ୍କୁ ବାଟ ଛାଡ଼ିବାରୁ ବିକ୍ଷୋଭକାରୀ ଛାତ୍ରଙ୍କୁ ପ୍ରଂଶସା କରାଯାଉଛି।