CABକୁ ବିରୋଧ କରି ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | December 15, 2019 IST

ନୂଆଦିଲ୍ଲୀ ୧୫।୧୨: ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିବାଦ ଥମିବାରେ ନାମ ନେଉନାହିଁ । ତ୍ରିପୁରା, ଆସାମ, ମେଘାଳୟ ଓ ପଶ୍ଚିମବଙ୍ଗାରେ ଏହି ବିଲ୍‌କୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ ଚାଲୁଛି । କିନ୍ତୁ ଏପଟେ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ନୂଆଦିଲ୍ଲୀ ସ୍ଥିତ କାଳିନ୍ଦୀକୁଂଜ ରୋଡ ନିକଟରେ ବ୍ୟାପକ ପରିମାଣରେ ଛାତ୍ରଛାତ୍ରୀମାନେ ଏକାଠି ହୋଇ ବିଲ୍‌କୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳକୁ ନଜର ରଖି ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି ।

wp:core-embed/twitter {"url":"https://twitter.com/ANI/status/1206158682297208832","type":"rich","providerNameSlug":"twitter","className":""}
https://twitter.com/ANI/status/1206158682297208832
/wp:core-embed/twitter

ସୂଚନାଯୋଗ୍ୟ ଯେ, ବିଶ୍ବବିଦ୍ୟାଳୟରେ ନାଗରିକତା ସଂଶୋଧନ ବିଲ୍ ୨୦୧୯କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା, ଏହାକୁ ନଜରରେ ରଖି ବିଶ୍ବବିଦ୍ୟାଳୟରେ ସେମିଷ୍ଟାର ପରୀକ୍ଷା ରଦ୍ଧ ହେବା ସହ ଛୁଟି ଘୋଷଣା କରାଯାଇଛି । କିନ୍ତୁ ଛୁଟି ଘୋଷଣା ପରେ ମଧ୍ୟ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.