ଜେଏନୟୁକୁ ପଛରେ ପକାଇଲା ଜାମିଆ ମିଲିଆ ବିଶ୍ଵ ବିଦ୍ୟାଳୟ, ହେଲା ଦେଶର ଏକ ନମ୍ବର ୟୁନିଭର୍ସିଟି

Published By : Prameya-News7 Bureau | August 13, 2020 IST

ନୂଆଦିଲ୍ଲୀ ୧୩।୦୮: କେନ୍ଦ୍ରୀୟ  ଶିକ୍ଷା ମନ୍ତ୍ରଣାଳୟ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ମାନ୍ୟତାର ତାଲିକା ଜାରି କରିଛି। ଏଥର ଜାମିଆ ମିଲିଆ ଇସଲାମିଆ ବିଶ୍ଵ ବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଛି। ଜାମିଆ ୯୦ ପ୍ରତିଶତ ଅଙ୍କ ସହିତ ୪୦ ଅନ୍ୟ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟକୁ ପଛରେ ପକାଇ ରାଙ୍କିଙ୍ଗର ପ୍ରଥମ ସ୍ଥାନ ହାସଲ କହିଛି। ଜାମିଆ ୟୁନିଭର୍ସିଟି ଏହି ମାମଲାରେ ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନୟୁ) ଓ ଅଲିଗଡ ମୁସଲିମ ୟୁନିଭର୍ସିଟି(ଏଏମୟୁ)କୁ ମଧ୍ୟ ପଛରେ ପକାଇ ଦେଇଛି। ଜାମିଆ ପରେ ଦ୍ଵିତୀୟ ସ୍ଥାନରେ ଅରୁଣାଚଳ ପ୍ରଦେଶର ରାଜୀବ ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ରହିଛି। ରାଜୀବ ଗାନ୍ଧୀ ବିଶ୍ଵ ବିଦ୍ୟାଳୟକୁ ୮୩ ପ୍ରତିଶତ ଅଙ୍କ ମିଳିଛି।

ଅନ୍ୟପକ୍ଷେ ଜେଏନୟୁ ତୃତୀୟ ସ୍ଥାନରେ ରହିଛି। ଜେଏନୟୁକୁ ୮୨ ପ୍ରତିଶତ ଅଙ୍କ ମିଳିଛି। ୭୮ ଅଙ୍କ ସହିତ ଅଲିଗଡ ମୁସଲିମ ବିଶ୍ଵ ବିଦ୍ୟାଳୟ ରାଙ୍କିଙ୍ଗର ଚତୁର୍ଥ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ, ବିଶ୍ଵ ବିଦ୍ୟାଳୟର ମୂଲ୍ୟାଙ୍କନ ୨୦୧୯-୨୦ରେ ଏମଓୟୁ ହିସାବରେ ନିର୍ଦ୍ଧାରଣ କରାଯାଇଛି। କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ରାଙ୍କିଙ୍ଗର ମୂଲ୍ୟାଙ୍କନ ଅନେକ ମାନଦଣ୍ଡକୁ ନେଇ କରାଯାଏ। ଏଥିରେ ବିଭିନ୍ନ ପାଠ୍ୟକ୍ରମରେ ୟୁଜି, ପିଜି, ପିଏଚଡି ଛାତ୍ରଙ୍କ ସଂଖ୍ୟା ଓ ଲିଙ୍ଗ ଅନୁପାତ ମଧ୍ୟ ସାମିଲ। ଏହା ବ୍ୟତୀତ କ୍ୟାମ୍ପସ ପ୍ଲେସମେଣ୍ଟ ମଧ୍ୟ ଚୟନର ମାପକାଠି ହୋଇଥାଏ। ନେଟ୍ ଓ ଗେଟ୍ ପରୀକ୍ଷାରେ ସଫଳ ହେଉଥିବା ଛାତ୍ରଙ୍କ ଆଧାରରେ ମଧ୍ୟ ଏହି ରାଙ୍କିଙ୍ଗ ପ୍ରସ୍ତୁତ କରାଯାଏ।

{"id":314140,"sizeSlug":"large"}

ଏ  ହେଉଛି ଶୀର୍ଷ ବିଶ୍ଵ ବିଦ୍ୟାଳୟ

ଜାମିଆ ମିଲିଆ ଇସଲାମିଆ ବିଶ୍ଵ ବିଦ୍ୟାଳୟ

ଅରୁଣାଚଳ ପ୍ରଦେଶର ରାଜୀବ ଗାନ୍ଧୀ ବିଶ୍ଵ ବିଦ୍ୟାଳୟ

ଜବାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ(ଜେଏନୟୁ)

ଅଲିଗଡ ମୁସଲିମ ୟୁନିଭର୍ସିଟି(ଏଏମୟୁ)

ଏହି ଉପଲବ୍ଧି ବହୁତ ଗୁରୁତ୍ଵପୂର୍ଣ୍ଣ

କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ  ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିବା ଉପରେ ଜାମିଆ ମିଲିଆର କୂଳପତି ନଜମା ଅଖତର କହିଛନ୍ତି ଏହି ଉପଲବ୍ଧି ବହୁତ ମହତ୍ଵପୂର୍ଣ୍ଣ। କାରଣ ନିକଟ ଦିନରେ ଜାମିଆ ବିଶ୍ଵ ବିଦ୍ୟାଳୟ ଆହ୍ଵାନଭରା ଏବଂ ସଂଘର୍ଷ ସମୟ ଦେଇ ଗତି କରୁଛି। ସେ ବିଶ୍ଵ ବିଦ୍ୟାଳୟର ଉଚ୍ଚ ଗୁଣବତ୍ତା ଶିକ୍ଷଣ, ପ୍ରାସଙ୍ଗିକ ଓ କେନ୍ଦ୍ରିତ ଅନୁସନ୍ଧାନ ଓ ବିଶ୍ଵ ବିଦ୍ୟାଳୟର ଉନ୍ନତ ଧାରଣାର ଉପଲବ୍ଧିକୁ ଶ୍ରେୟ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.