Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ସାବଧାନ ! ଟିମ୍ ଇଣ୍ଡିଆ ପାଇଁ ସତର୍କ ଘଣ୍ଟି ବଜାଇଲେ ଜେମ୍ସ ଆଣ୍ଡରସନ, ବିପଦରେ ଅନିଲ କୁମ୍ବଲେଙ୍କ ରେକର୍ଡ

23/01/2021 at 4:17 PM

ନୂଆଦିଲ୍ଲୀ ୨୩।୦୧: ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ୩୮ ବର୍ଷ ବୟସରେ ମଧ୍ୟ ପଡିଆରେ ବ୍ୟାଟସମ୍ୟାନଙ୍କ ପାଇଁ ଆତଙ୍କ ମଚାଉଛନ୍ତି। ଶ୍ରୀଲଙ୍କା ବିପକ୍ଷ ଗାଲେରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ରେ ଆଣ୍ଡରସନ ପ୍ରଥମ ଇନିଂସରେ ୬ ଓ୍ଵିକେଟ୍ ନେଇଛନ୍ତି। ଆଣ୍ଡରସନଙ୍କ ଏହି ଫର୍ମ ଭାରତୀୟ ଦଳର ମୁସ୍କିଲ ବଢାଇପାରେ। ଚଳିତ ମାସର ଶେଷ ଆଡକୁ ଇଂଲଣ୍ଡ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଭାରତ ଆସୁଛି। ଉଭୟ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ଚେନ୍ନାଇରେ ଫେବୃଆରୀ ୫ରେ ଆରମ୍ଭ ହେବ। ଆଣ୍ଡରସନଙ୍କ ବ୍ୟତୀତ ତାଙ୍କ ଜୋଡି ଷ୍ଟୁଆର୍ଟ ବ୍ରଡ ମଧ୍ୟ ସଂପ୍ରତି ଭଲ ଫର୍ମରେ ଅଛନ୍ତି। ଦୁଇ ବୋଲର ଭାରତୀୟ  ବ୍ୟାଟସମ୍ୟାନଙ୍କ କଡା ପରୀକ୍ଷା ନେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି।

ଗ୍ଲେନ ମ୍ୟାକଗ୍ରାଙ୍କୁ ପଛରେ ପକାଇଲେ

ଆଣ୍ଡରସନ ୩୦ମ ଥର ଇନିଂସରେ ପାଞ୍ଚ ଓ୍ଵିକେଟ୍ କିମ୍ବା ସେଥିରୁ ଅଧିକ ନେବାର ଉପଲବ୍ଧି ହାସଲ କରିଛନ୍ତି। ସେ ଅଷ୍ଟ୍ରେଲିଆର ମହାନ ବୋଲର ଗ୍ଲେନ ମ୍ୟାକଗ୍ରା(୨୯)ଙ୍କୁ ପଛରେ ପକାଇଛନ୍ତି। ଏବେ ତାଙ୍କ ଆଗରେ କେବଳ ମୁଥୈୟା ମୁରଲୀଧରନ(୬୭), ସେନ ଓ୍ଵାର୍ଣ୍ଣ(୩୭), ଅନିଲ କୁମ୍ଵଲେ (୩୫), ରିଚାର୍ଡ ହେଡଲୀ(୩୬) ଓ ରଙ୍ଗନା ହେରାଥ(୩୪) ରହିଛନ୍ତି।

ଭାଙ୍ଗିବେ ଅନିଲ କୁମ୍ବଲେଙ୍କ ରେକର୍ଡ

ଆଣ୍ଡରସନ ଏ ପର୍ଯ୍ୟନ୍ତ ୧୫୭ଟି ମ୍ୟାଚ୍‌ରେ ୬୦୬ ଓ୍ଵିକେଟ୍ ନେଇଛନ୍ତି। ତାଙ୍କଠୁ ଅଧିକ ଓ୍ଵିକେଟ୍ ମୁଥୈୟା ମୁରଲୀଧରନ(୮୦୦), ସେନ ଓ୍ଵାର୍ଣ୍ଣ(୭୦୮) ଓ ଅନିଲ କୁମ୍ବଲେ(୬୧୯) ଓ୍ଵିକେଟ୍ ନେଇଛନ୍ତି। ଆଣ୍ଡରସନ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବାକୁ ୧୪ ଓ୍ଵିକେଟ୍ ଦୂରରେ ଅଛନ୍ତି। ତାଙ୍କର ବର୍ତ୍ତମାନର ଫର୍ମକୁ ଦେଖିଲେ ଲାଗୁଛି, ସେ ଭାରତ ଗସ୍ତରେ ହିଁ କୁମ୍ବଲେଙ୍କ ରେକର୍ଡ ଭାଙ୍ଗି ଦେବେ।

ଏହା ପୂର୍ବରୁ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୩୮୧ ରନରେ ଅଲଆଉଟ୍ ହୋଇଛି। ଅନୁଭବୀ ବ୍ୟାଟସମ୍ୟାନ ଆଞ୍ଜେଲା ମାଥ୍ୟୁସ୍ ୧୧୦, ଓ୍ଵିକେଟ୍ କିପର ନିରୋଶନ ଡିକଓ୍ଵାଲେ ୯୨, ଦିଲରୁଓ୍ଵାନା ପେରେରା ୬୭ ଓ ଅଧିନାୟକ ଦିନେଶ ଚାନ୍ଦିମାଲ ୫୨ ରନର ଇନିଂସ ଖେଳିଛନ୍ତି। ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ୬, ମାର୍କ ଉଡ ୩ ଓ୍ଵିକେଟ୍ ନେଇଥିବା ବେଳେ ସାମ କରନ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨ ଓ୍ଵିକେଟ୍ ହରାଇ ୨୫ ରନ କରିଛି। ଦଳ ଏବେ ଘରୋଇ ଶ୍ରୀଲଙ୍କାଠୁ ୩୫୬ ରନ ପଛରେ ରହିଛି।

   Related Posts