କାଶ୍ମୀରରେ ଜମାତ-ଏ-ଇସ୍ଲାମୀର ୩୫୦ ଗିରଫ, ୭୦ ଆଡ୍ଡା ସିଲ : ୫୦ କୋଟି ଟଙ୍କାର ସମ୍ପତ୍ତି ଜବତ

Published By : Prameya-News7 Bureau | March 02, 2019 IST

କାଶ୍ମୀର ୨/୩ : କାଶ୍ମୀର ଘାଟିରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଫଣ୍ଡିଙ୍ଗ ଯୋଗାଉଥିବା ଜମାତ-ଏ-ଇସ୍ଲାମୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି | ଜମାତ-ଏ-ଇସ୍ଲାମୀକୁ ରଦ୍ଦ କରିବା ପାଇଁ ତା’ର ୩୫୦ ନେତାଙ୍କୁ ହେପାଜତକୁ ନିଆଯାଇଛି | ଜାମ୍ମୁ କାଶ୍ମୀରରେ ସେ ଯୋଗାଡ କରିଥିବା ୫୨ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ସିଲ କରାଇଦିଆଯାଇଛି | ସମ୍ପତ୍ତି ସିଲ କରିବା ଦାୟିତ୍ୱ UAPA ପ୍ରପର୍ଟି ଏବଂ ଏସେର୍ଟ୍ସ ପ୍ରୋଭିଜନ ଜରିଆରେ କରାଯାଉଛି | ଜମାତ-ଏ-ଇସ୍ଲାମୀର ଅନେକ ସହଯୋଗୀଙ୍କୁ ଚିହ୍ନଟ କରାଯାଇଛି | ଏଥିରେ ଅନେକ ଶୈକ୍ଷିକ ସଂଗଠନ, ଅଫିସ, ସ୍କୁଲ ଆଦି ସାମିଲ ଅଛି | 

ଏହା ପୂର୍ବରୁ ମଧ୍ୟ ଦୁଇଥର ଜମାତ-ଏ-ଇସ୍ଲାମ ସଂଗଠନର ଗତିବିଧି ଯୋଗୁଁ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା | ପ୍ରଥମଥର ପାଇଁ ଜାମ୍ମୁ କାଶ୍ମୀର ସରକାର ଏହି ସଂଗଠନକୁ ୧୯୭୫ ମସିହାରେ ୨ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିଲେ | ଦ୍ୱିତୀୟଥର କେନ୍ଦ୍ର ସରକାର ୧୯୯୦ ମସିହାରେ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ | ଏହି ପ୍ରତିବନ୍ଧକ ୧୯୯୩ ମସିହା ପର୍ଯ୍ୟନ୍ତ ଜାରି ରହିଥିଲା |

{"id":89990}

ଜମାତ-ଏ-ଇସ୍ଲାମୀ ସଂଗଠନ ହିଜବୁଲ ମିଜାହିଁଦ୍ଦିନ ଆତଙ୍କବାଦୀ ସଂଗଠନକୁ କାଶ୍ମୀର ଘାଟିରେ ଫଣ୍ଡିଙ୍ଗ ଯୋଗାଉଛି ବୋଲି ନିକଟରେ ଗୃହ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଜାଣିବାକୁ ମିଳିଥିଲା | ଏହିସବୁ ସୂଚନା ପରେ ଗୃହ ମନ୍ତ୍ରାଳୟ କ୍ୟାବିନେଟ କମିଟି ଅନ ସ୍ୱେକ୍ୟୁରିଟି ବୈଠକ ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜମାତ-ଏ-ଇସ୍ଲାମୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ | ଏହା ପଛକୁ ହୁରିୟାତର ନମ୍ବର ଆସୁଛି ବୋଲି ଶୁଣିବାକୁ ମିଳିଛି |

ଜମାତ-ଏ-ଇସ୍ଲାମୀ ଜାମ୍ମୁ କାଶ୍ମୀରର ମିଲିଟାଣ୍ଟ ୱିଙ୍ଗ | ଏହି ସଂଗଠନ ଜାମ୍ମୁ କାଶ୍ମୀରରେ ବିଛିନ୍ନବାଦୀ ବିଚାରଧାରା ଏବଂ ଆତଙ୍କବାଦୀ ମାନସିକତା ପ୍ରଚାର ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ | ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନକୁ ଜମାତ-ଏ-ଇସ୍ଲାମୀ ଜାମ୍ମୁ କାଶ୍ମୀରରେ ପ୍ରଶୟ ଦେଇଛି | ଏହି ସଂଗଠନ ହିଜବୁଲ ମୁଜାହିଦ୍ଦିନ ସବୁ ପ୍ରକାର ସହଯୋଗ କରିଆସିଛି |

{"id":89991}

ପାକିସ୍ତାନର ପ୍ରତ୍ସାହନରେ ବଢି ଚାଲିଥିବା ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବା, ଫଣ୍ଡିଙ୍ଗ ଦେବା, ଶରଣ ଦେବା, ଯିବା ଆସିବା ପାଇଁ ସମସ୍ତ ସୁବିଧା ଯୋଗେଇ ଦେବା ଆଦି କାମ ଜମାତ-ଏ-ଇସ୍ଲାମୀ ସଂଗଠନ କରିଆସୁଛି |

ଜମାତ-ଏ-ଇସ୍ଲାମୀ ନିଜର ବିଛିନ୍ନବାଦୀ ବିଚାରଧାରା ଏବଂ ପାକିସ୍ତାନୀ ଏଜେଣ୍ଡା ସହିତ କାଶ୍ମୀର ଘାଟିରେ କାମ କରୁଛି | ଏହି ସଂଗଠନ ବିଛିନ୍ନବାଦୀ, ଆତଙ୍କବାଦୀ ତତ୍ୱର ବିଚାରକୁ ସମର୍ଥନ କରିଥାଏ | ତାଙ୍କର ରାଷ୍ଟ୍ର ବିରୋଧୀ ଗତିବିଧିକୁ ମଧ୍ୟ ପୁରାପୁରି ଭାବେ ସାହାଯ୍ୟ କରିଥାଏ |

{"id":89992}

ଅଲ ପାର୍ଟି ହୁରିୟାତ କନ୍ଫରେନ୍ସ ବିଛିନାବାଦୀ ଏବଂ ଉଗ୍ରବାଦୀ ବିଚାରଧାରା ରଖୁଥିବା ସଂଗଠନର ମହାମେଣ୍ଟ | ପାକିସ୍ତାନ ପ୍ରୟୋଜିତ ହିଂସାତ୍ମକ ଆତଙ୍କବାଦୀଙ୍କ ବିଚାରକୁ ସମର୍ଥନ ପ୍ରଦାନ କରିଥାଏ | ଏହି ସଂଗଠନର ସ୍ଥାପନା ପଛରେ ମଧ୍ୟ ଜମାତ-ଏ-ଇସ୍ଲାମୀର ହାତ ରହିଛି | ଏହି ସଂଗଠନକୁ ଜମାତ-ଏ-ଇସ୍ଲାମୀ ଜାମ୍ମୁ କାଶ୍ମୀରବାସୀ ପାକିସ୍ତାନ ସମର୍ଥନରେ ସ୍ଥାପନା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.