ଜାମପଲ୍ଲୀ ଶ୍ମଶାନଘାଟ ବନ୍ଦ କଲେ ଲୋକ, ଦାହ ହେଉଥିଲା କରୋନା ମୃତକଙ୍କ ଶବ

Published By : Prameya-News7 Bureau | May 07, 2021 IST

ଭଞ୍ଜନଗର ୭।୫: ରାଜ୍ୟରେ କରୋନାର ଭୟାବହତା ଦେଖାଦେଇଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ଜାମପଲ୍ଲୀଠାରେ ଥିବା ଶ୍ମଶାନଘାଟକୁ କିଛି ଦୁର୍ବୃତ୍ତ ବାଡ଼ବୁଜି ନିଷିଦ୍ଧ ଘୋଷଣା କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କାରଣ କିଛିଦିନ ହେଲା ଭଞ୍ଜନଗର କୋଭିଡ କେୟାର ସେଣ୍ଟରରେ ରୋଗୀଙ୍କ ମୃତ୍ୟୁ ଘଟୁଛି ଏବଂ ମୃତଦେହକୁ ସେହି ଶ୍ମଶାନ ଘାଟରେ ଦାହ କରାଯାଉଛି । ତାହାକୁ ଅଞ୍ଚଳର କିଛି ଲୋକ ବିରୋଧ କରି ଆସୁଥିଲେ । ଶୁକ୍ରବାର ହଠାତ ଶ୍ମଶାନ ଘାଟକୁ ବନ୍ଦ କରାଯାଇଛି ।

ବୁଦ୍ଧିଜୀବୀଙ୍କ କହିବା କଥା ଶ୍ମଶାନରେ ସର୍ବସାଧାରଣଙ୍କ ତାକୁ ବନ୍ଦ କରିବାର ଅଧିକାର କାହାର ନାହିଁ ତେଣୁ ପ୍ରଶାସନ ତୁରନ୍ତ ଏହି ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ଆବଶ୍ୟକ ରହିଛି । କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଶ୍ମଶାନଘାଟକୁ କାର୍ଯ୍ୟକାରୀ କରିବା ଦରକାର । ଏହି ସମୟରେ ଜଣେ ଜଣଙ୍କୁ ସାହାଯ୍ୟ କରିବା ଉଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.