ଜମନକିରା ପଞ୍ଚାୟତ ୧୫ ଦିନ ପାଇଁ ସଟଡାଉନ୍, ମେ’ ୧୩ ଯାଏଁ ରହିବ ବଳବତ୍ତର

Published By : Prameya-News7 Bureau | April 29, 2021 IST

କୁଚିଣ୍ଡା ୨୯।୪: କୁଚିଣ୍ଡା ଉପଖଣ୍ଡ ଜମନକିରା ପଞ୍ଚାୟତ ଅଞ୍ଚଳରେ କରୋନା ସଂକ୍ରମଣକୁ ଦେଖି ଆଜିଠାରୁ ୧୫ ଦିନ ପାଇଁ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଭାସ୍କରଚନ୍ଦ୍ର ଭୋଇ । ଆସନ୍ତା ମେ’ ମାସ ୧୩ ତାରିଖ ପର୍ଯ୍ୟନ୍ତ ଏହି ସଟ୍ ଡାଉନ୍ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସାଙ୍ଗକୁ ଔଷଧ ଦୋକାନ, ଜରୁରୀ କାଳୀନ ସେବାକୁ ବାଦ୍ ଦିଆଯାଇଛି ।

ସମସ୍ତ ଗ୍ରୋସୋରୀ ଦୋକାନ ପ୍ରତ୍ୟେକ ଦିନ  ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହିପରି ଔଷଧ ଦୋକାନ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ।  ସପ୍ତାହର ଶୁକ୍ରବାର ଦିନ ସାପ୍ତାହିକ ହାଟ  ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଖୋଲା ରହିବାର ନିର୍ଦ୍ଦେଶ ରହିଛି । ଗ୍ରାମାଞ୍ଚଳରେ ଲୋକେ ଅମାନିଆ ହେଉଥିବା ବେଳେ ସଂକ୍ରମଣର ଭୟ ଅଧିକ ରହିଛି । ଏହାକୁ ନେଇ ଏଭଳି ପଦକ୍ଷେପ ନିଆଯିବା ସହ ଜନସାଧାରଣ ସହଯୋଗ କରିବାକୁ ପଞ୍ଚାୟତ ପକ୍ଷରୁ ଅନୁରୋଧ କରାଯାଇଛି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.