ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍

Published By : Prameya-News7 Bureau | December 03, 2021 IST

ସମ୍ବଲପୁର ୩।୧୨: ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ ଏମଡି । ସମ୍ବଲପୁର ଜିଲ୍ଲା ଜମନକିରା ଲ୍ୟାମ୍ପର ଏମଡି ଫଣୀନ୍ଦ୍ର କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ।

{"id":553536,"width":754,"height":415,"sizeSlug":"full","linkDestination":"none"}

ସମ୍ବଲପୁର ଓ ସୁନ୍ଦରଗଡର ୫ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ସମ୍ବଲପୁର ପୁଟିବନ୍ଧ ସ୍ଥିତ ଭଡାଘର, ଜମନକିରା ସ୍ଥିତ ଅଫିସ, ଜମନକିରା ସ୍ଥିତ ଘର, ସୁନ୍ଦରଗଡ ବଡଗାଁ ଓ ଧନକଉଡାରେ ଚଢାଉ କରୁଛି ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.