ସାମ୍ବାଦିକ ଜମାଲ ଖସୋଗୀ ହତ୍ୟା ମାମଲାରେ ୮ ଜଣ ଦୋଷୀ ସାବ୍ୟସ୍ତ, ୫ ଜଣଙ୍କୁ ୨୦ ବର୍ଷ ଜେଲ

Published By : Prameya-News7 Bureau | September 08, 2020 IST

ରିୟାଦ ୦୮/୦୯: ଓ୍ବାଶିଂଟନ୍ ପୋଷ୍ଟ୍‌ ସାମ୍ବାଦିକ ଜମାଲ ଖସୋଗିଙ୍କ ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ସାଉଦି ଆରବ କୋର୍ଟ ଅନ୍ତିମ ଫଇସଲା ଶୁଣାଇଛନ୍ତି। କୋର୍ଟ ଏ ମାମଲାରେ ୮ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ୨୦ ବର୍ଷ ଓ ତିନି ଜଣଙ୍କୁ ସାତରୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ପୂର୍ବରୁ ଜମାଲ ଖସୋଗିଙ୍କ ପୁଅଙ୍କୁ ଏମାନଙ୍କୁ କ୍ଷମା କରଛନ୍ତି। ଅଭିଯୋଗ ଥିଲା ଖସୋଗୀଙ୍କୁ ସାଉଦି ବାଣିଜ୍ୟ ଦୂତାବାସରେ ହତ୍ୟା କରାଯାଇଥିଲା।

ରିୟାଦ ଅଦାଲତ ସମୁଦାୟ ଆଠ ଜଣ ଦୋଷୀଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛି। ତେବେ ଏମାନଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ। କୁହାଯାଉଛି ସବୁ ଦୋଷୀ ପ୍ରିନ୍ସ ସଲମାନଙ୍କ ପାଖଲୋକ।

୨୦୧୮ ଅକ୍ଟୋବର ୨ରେ ଜମାଲ ଖସୋଗିଙ୍କ ହତ୍ୟା କରାଯାଇଥିଲା। ହତ୍ୟାକୁ ଆନ୍ତର୍ଜାତୀୟ ସ୍ତରରେ ଘୋର ନିନ୍ଦା କରାଯାଇଥିଲା। ଏ ମାମଲାରେ ଓ୍ବଲି ଶହଜାଦା ମୋହମ୍ମଦ ବିନ୍ ସଲମାନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଥିଲା। ତେବେ ଖସୋଗୀଙ୍କ ମୃତ ଦେହ ଏବେ ସୁଦ୍ଧା ମିଳି ନାହିଁ।

{"id":326803,"sizeSlug":"large"}

ସାଉଦି ତା ତଦନ୍ତରେ ଖସୋଗୀଙ୍କ ମୃତ୍ୟୁକୁ ପ୍ରାୟୋଜିତ ବୋଲି ମାନି ନ ଥିଲା। ଯାହା ପରେ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ବିଚାର କରାଯାଇ ଫାଶି ଦଣ୍ଡ ଶୁଣାଗଲା। ମାତ୍ର ଏହି କେସରେ ଖାସୋଗିଙ୍କ ପୁଅ ଫ୍ରିନ୍ସ ସଲମାନ ଯଦି ତାଙ୍କ ବାପାଙ୍କ ହତ୍ୟାକାରୀଙ୍କୁ କ୍ଷମା କରି ଦେଲେ ସେମାନଙ୍କୁ ଛାଡ଼ି ଦିଆଯିବ।

ବାପାଙ୍କ ମୃତ୍ୟୁ ଯୋଗୁ ତାଙ୍କୁ ସାଉଦି ସରକାରଙ୍କ ପକ୍ଷରୁ ସହାୟତା ରାଶି ମିଳିଥିଲା। ତେବେ ଏବେ ସୁଦ୍ଧା ଏ ତଥ୍ୟ ମିଳିପାରି ନାହିଁ ଯେ ସେ ଅଭିଯୁକ୍ତଙ୍କୁ କ୍ଷମା କରିବା ଫଇସଲା ନିଜେ ନେଇଛନ୍ତି ନାଁ ଏମିତି କରିବାକୁ ତାଙ୍କୁ କିଏ କହିଛି। ସଲାମାନ ମେ ମାସରେ ଟ୍ବିଟ୍ କରି କହିଥିଲେ, ବାପାଙ୍କ ହତ୍ୟାକାରୀଙ୍କୁ କ୍ଷମା କରୁଛି। ଯାହାର ଫଳ ଆମକୁ ଆହ୍ଲାଙ୍କ ପାଖରୁ ମିଳିବ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.