ଯଶୀପୁର ବ୍ଲକ୍‌ର ଜାମଦାସାହି ପଞ୍ଚାୟତ ୩ ଦିନ ସଟ୍ ଡାଉନ୍

Published By : Prameya-News7 Bureau | August 21, 2020 IST

କରଞ୍ଜିଆ ୨୧।୮: ଦିନକୁ ଦିନ ମହାମାରୀ କରୋନା ସମଗ୍ର ବିଶ୍ବରେ ବ୍ୟାପିବାକୁ ଲାଗିଛି । ସେଥିରୁ ବାଦ ପଡିନି ମୟୁରଭଞ୍ଜ ଜିଲ୍ଲାର ଯଶୀପୁର ବ୍ଲକ୍ । ଯଶୀପୁର ବ୍ଲକରେ ସମୁଦାୟ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ଗତକାଲି କେବଳ ଜାମଦାସାହି ଗ୍ରାମପଞ୍ଚାୟତରେ ୫ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହେବା ପରେ ଯଶୀପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

{"id":317849,"sizeSlug":"large"}

ତେଣୁ ସ୍ଥାନୀୟ  ଜାମଦା ସାହି ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଯଶୀପୁର ବଜାର ସମେତ ସ୍ଥାନୀୟ ଅଞ୍ଚଳକୁ ଶୁକ୍ରବାର ସକାଳ ୬ଟାରୁ ୨୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୩ ଦିନ ପାଇଁ  ସଟ୍ ଡାଉନ୍ ଘୋଷଣା କରିଛନ୍ତି । ସଟ୍ ଡାଉନ୍ ସମୟରେ କେବଳ ମେଡିସିନ ଦୋକାନ ଓ ପେଟ୍ରୋଲ ପମ୍ପ୍ ଖୋଲା ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.