ଜଳୁଛି ଶିମିଳିପାଳ ଜଙ୍ଗଲ, ନିଆଁ ଲିଭାଇବାକୁ ଅଣ୍ଟା ଭିଡ଼ିଲେ ସାଂସଦ ମମତା ମହାନ୍ତ

Published By : Prameya-News7 Bureau | March 10, 2021 IST

ରାଇରଙ୍ଗପୁର ୧୦।୦୩ : ଜଳୁଛି ଜଙ୍ଗଲ, ଲିଭୁନି ନିଆଁ । ଜୈବ ବିବିଧତା ପାଇଁ ଶିମିଳିପାଳ ପ୍ରସିଦ୍ଧ। ଅନେକ ଔଷଧୀୟ ବୃକ୍ଷ ସହିତ ବାଘ ହରିଣ ଆଦି ବନ୍ୟ ଜନ୍ତୁଙ୍କ ସମାବେଶ ପାଇଁ ଦେଶ ବିଦେଶରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଥାଏ । ଶିମିଳିପାଳକୁ ପ୍ରାକୃତିକ ଅକ୍ସିଜେନ ପ୍ଲାଣ୍ଟ ବୋଲି ମଧ୍ୟ କୁହାଯାଏ। ଏହା ପ୍ରକୃତିର ଏକ ଅମୂଲ୍ୟ ବରଦାନ। କିନ୍ତୁ କିଛିଦିନ ହେଲା ଜଳୁଛି ଶିମିଳିପାଳ। ମନୁଷ୍ୟ କୃତ ଏହି ଅଗ୍ନିକାଣ୍ଡ ପାଇଁ କେତେ ଯେ କ୍ଷତି ସହିବାକୁ ପଡିବ ସମୟ କହିବ। ତେବେ ରାଜ୍ୟସଭା ସାଂସଦ ମମତା ମହାନ୍ତ କିଛି ମହିଳା ଓ ପୁରୁଷ କର୍ମୀଙ୍କୁ ନେଇ ଜଙ୍ଗଲ ନିଆଁ ଲିଭାଇବାକୁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି।

{"id":420506,"width":576,"height":350,"sizeSlug":"large","linkDestination":"none"}

ସାଂସଦ ମମତା ବିଶୋଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ତୁଳସୀ ସିକ୍ରୀ ହାଁସଦା,ସାରସକଣା ନିର୍ବାଚନ ମଣ୍ଡଳିର ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, ବିଜେଡି କର୍ମୀ ତଥା ବନ ବିଭାଗ କର୍ମୀଙ୍କ ସହିତ ମିଶି ବିଶୋଇ ରେଞ୍ଜ ଅନ୍ତର୍ଗତ ରଜାବସା ନିକଟ ଜଙ୍ଗଲ ଭିତରକୁ ଯାଇ ପ୍ରାୟ ୨କି.ମି.ଅଞ୍ଚଳରେ ବ୍ୟାପିଥିବା ନିଆଁକୁ ଲିଭାଇଥିଲେ। ଏହା ସହିତ ଜଙ୍ଗଲରେ କିପରି ନିଆଁକୁ ନିୟନ୍ତ୍ରଣ କରାଯାଇପାରିବ । ନିଆଁ ନଲାଗିବାକୁ ସତର୍କ ରହିବା ପାଇଁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇଥିଲେ। ଶିମିଳିପାଳର ସୁରକ୍ଷାରେ ନିଜକୁ ସାମିଲ କରିବା ସହିତ ଏହାର ସୁରକ୍ଷା ପାଇଁ ବ୍ୟାପକ ଜନ ସଚେତନ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.