ଜଳୁଛି ଜଙ୍ଗଲ, କେବେ ନିଆଁ ଲିଭିବ କହିପାରୁ ନାହାଁନ୍ତି ଡିଏଫଓ

Published By : Prameya-News7 Bureau | March 09, 2021 IST

ଭଞ୍ଜନଗର, ୦୯/୦୩ : ଜଙ୍ଗଲର ପ୍ରଧାନ ଶତ୍ରୁ ହେଲା ନିଆଁ । ଚଳିତ ବର୍ଷ ଉତ୍ତର ଘୁମୁସର ବନଖଣ୍ଡ ଜଙ୍ଗଲ ଚାରିଆଡେ ହୁତୁହୁତୁ ହୋଇ ଜଳୁଛି । ଯାହା ଫଳରେ ଜଙ୍ଗଲ ନିଆଁ ଆଉ ଧୂଆଁରେ ବନ୍ୟ ଜୀବ ଜନ୍ତୁ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ୭୭୨ପଏଣ୍ଟ ଜଙ୍ଗଲରେ ନିଆଁ ଲାଗିଛି । ଯାହା ଅଧିକାଂଶ ଜଙ୍ଗଲ ଥିବା, ରେଞ୍ଜ ମୁଜାଗଡ଼, ଢୋଲପିଟା, ତାରାସିଂଙ୍ଗ, ଜଗନ୍ନାଥ ପ୍ରସାଦ ଆଦିରେ ସ୍ଥିତି ଅଣାୟତ ହୋଇଥିବା ନଜର ଆସିଛି । ଶୁଖିଲା ପତ୍ର ଆଉ ଡାଳରୁ ନିଆଁ ଲାଗି ଜଙ୍ଗଲ ସାରା ସମ୍ପୂର୍ଣ ଜଳିବାରେ ଲାଗିଛି । ଧୂଆଁରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି କୁହୁଡି ଭଳି ଧୂଆଁ ଯୋଗୁଁ ସୂର୍ଯ୍ୟାଲୋକ ମଧ୍ୟ୍ୟ ତଳେ ପଡୁନାହିଁ । ଏ ଜଙ୍ଗଲ ନିଆଁ କେବେ ଲିଭିବ ତାହା ଚିନ୍ତାଜନକ ବିଷୟ l

ଚଳିତ ବର୍ଷ ଶୀଘ୍ର ପତ୍ର ଝଡା ଦେଇଥିବା ବେଳେ କେହି ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଇବା ହେତୁ ଏପରି ଜଙ୍ଗଲ ଜଳୁଛି । କିନ୍ତୁ ଉତ୍ତର ଘୁମୁସର ଡିଏଫଓଙ୍କ କହିବା ମୁତାବକ, ତାଙ୍କରି ସମସ୍ତ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ଲାଗିପଡିଛନ୍ତି । କିନ୍ତୁ ନିଆଁ ଲିଭି ପାରୁନାହିଁ । ଯାହା ଜଙ୍ଗଲ ଧୂଆଁରେ ଲୋକ ଅଣନିଶ୍ୱାସୀ ହୋଇଗଲେଣି । ଏପରି ସ୍ଥିତି ଆଉ କେତେଦିନ ରହିବ ତାହା ଡିଏଫଓ କହିପାରୁନାହାନ୍ତି । ଏହି ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବର୍ଷାକୁ ଚାହିଁ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.