ଚଳନ୍ତା ସ୍କୁଟିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଶିକ୍ଷକ

Published By : Prameya-News7 Bureau | October 16, 2021 IST

ସାନଖେମୁଣ୍ଡି ୧୬।୧୦: ସ୍କୁଲ ଯାଉଥିଲେ ଶିକ୍ଷକ, ହଠାତ୍‌ ଚଳନ୍ତା ସ୍କୁଟିରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଗଲେ ଶିକ୍ଷକ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ବୁରାତଲ ଅଞ୍ଚଳ ନିକଟରେ ଘଟିଛି ଏପରି ଘଟଣା ।

ଖବର ଅନୁଯାୟୀ, ଶିକ୍ଷକ ହାଡ଼ି ଶବର ଘରୁ ସ୍କୁଟି ନେଇ ପାତ୍ରପୁର ବ୍ଲକ ଜରଡ଼ା ବୁରାତଲ ସ୍କୁଲକୁ ଯାଉଥିଲେ । ତେବେ ଏହି ସମୟରେ ହଠାତ୍‌ ସ୍କୁଟିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଲୋକମାନେ ଗାଡ଼ି ପଛ ପଟୁ ନିଆଁ ଲାଗିଥିବା ଦେଖି ଶିକ୍ଷକଙ୍କୁ ଅଟକାଇଥିଲେ । ଶିକ୍ଷକ ଗାଡିରେ ନିଆଁ ଲାଗିଥିବା ଦେଖି ଗାଡ଼ି ଛାଡି ଦେଇଥିଲେ । ଦେଖୁ ଦେଖୁ ନିଆଁ ଲାଗି ଗାଡ଼ିଟି ସଂପୂର୍ଣ୍ଣ ଭାବେ ଜଳିଯାଇଛି । ଏବେ ଯାଏଁ କୌଣସି କାରଣରୁ ସ୍କୁଟିରେ ନିଆଁ ଲାଗିଲା । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.