ଜଳିଗଲେ ଚତୁର୍ଦ୍ଧା ମୂର୍ତ୍ତି, ଗାଁରେ କାଲିଠୁ ଚୁଲି ଜଳିନି, ଅଜଣା ଭୟରେ ଲୋକେ ଆତଙ୍କିତ

Published By : Prameya-News7 Bureau | May 18, 2020 IST

ଭଦ୍ରକ ୧୮।୦୫: ଜଳିଗଲେ ଚତୁର୍ଦ୍ଧା ମୂର୍ତ୍ତି । ସୁଦର୍ଶନଙ୍କ ସହ ଜଗନ୍ନାଥ , ବଳଭଦ୍ର ଓ ମା ସୁଭଦ୍ରାଙ୍କ ମୂର୍ତ୍ତି ଜଳିଯାଇଛି । ଠାକୁରଙ୍କ ଗହଣା ଓ ଆସବାବପତ୍ର ମଧ୍ୟ ଜଳିଯାଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ସାହୁସାହି ଗାଁରେ ।

{"id":271717,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗାଁ ରେ ଶ୍ରୀ ଜଗନ୍ନାଥ ଜୀଉ ଗୋଷ୍ଠୀ କେନ୍ଦ୍ର ରହିଛି । ଏହି ପୀଠ ରେ ଭାଗବତ ପାଠ କରାଯାଏ । ଏହାସହ ଜଗନ୍ନାଥ , ବଳଭଦ୍ର , ସୁଭଦ୍ରା ଙ୍କ ସହ ସୁଦର୍ଶନ ମଧ୍ୟ ପୂଜା ପାଆନ୍ତି । ପ୍ରତ୍ୟକ ଦିନ ମନ୍ଦିର ପରିସରରେ ପୂଜାପାଠ ସହ ଭଜନ କୀର୍ତ୍ତନ ହୋଇଥାଏ । ଗତକାଲି ଭାଗବତ ପାଠ ପରେ ଲୋକେ ଘରକୁ ଯାଇଥିଲେ । କିଛି ସମୟ ପରେ ଗାଁରେ ହୁରୀ ପଡିଥିଲା ଯେ ମନ୍ଦିରରେ ନିଆଁ ଲାଗିଯାଇଛି ।

{"id":271718,"sizeSlug":"large"}

ପରେ ଲୋକେ ଯାଇ ନିଆଁ ଲିଭାଇଥିଲେ । ସେତେବେଳକୁ ମୂର୍ତ୍ତି ଜଳୁଥିଲା । ଲୋକେ ପାଣି ଢାଳି ନିଆଁ ଲିଭାଇଥିଲେ । ଠାକୁରଙ୍କ ଗହଣା ଓ ଆସବାବପତ୍ର ଜଳିଯାଇଛି । ଗାଁ ଲୋକେ ପୁରୋହିତଙ୍କ ସହ ଆଲୋଚନା କରିଛନ୍ତି । ଗାଁରେ ଗତକାଲି ଠାରୁ ରନ୍ଧାବଢା ବନ୍ଦ ରହିଛି । ମୂର୍ତ୍ତି ସିମେଣ୍ଟରେ ତିଆରି ହୋଇଥିବାରୁ ସମ୍ପୂର୍ଣ ଜଳିନାହିଁ। କିନ୍ତୁ ମାଣ୍ଡିଆ ପରିସର ରେ ଥିବା ଭାଗବତ ଗାଦୀ ସୁରକ୍ଷିତ ଅଛି । ଗାଁ ଲୋକେ ଅଜଣା ଭୟରେ ଆତଙ୍କିତ ହୋଇଛନ୍ତି । ନିକଟ ଜଗନ୍ନାଥ ମନ୍ଦିରର ପୂଜକ , ପୁରୋହିତ ଙ୍କ ସହ ଆଲୋଚନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.