Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ପୂଜା ଭୋଜି ଓ ଭୋଗ ଖାଇ ୧୫୦ ଅସୁସ୍ଥ, ବିଭିନ୍ନ ମେଡିକାଲରେ ଚିକିତ୍ସା ଜାରି

6/03/2021 at 7:21 AM

ଜଳେଶ୍ୱର ୦୬।୦୩: ଭୋଗ ଖାଇ ଶତାଧିକ ଅସୁସ୍ଥ । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଗିଲାଜୁଡ଼ି ଗାଁରେ ଭଗବତୀ ପୂଜା ଭୋଜି ଓ ଭୋଗ ଖାଇ ୧୫୦ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ପୁରୁଷ, ମହିଳାଙ୍କ ସହ ଅନେକ ଶିଶୁ ରହିଛନ୍ତି। ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ବସ୍ତା ଓ ପାଉଁସ କୁଲି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗିଲାଜୁଡି ଗାଁରେ ଦୁଇ ଦିନ ଧରି ଭଗବତୀ ପୂଜା ହେଉଥିଲା। ଖୁବ ଆଡ଼ମ୍ବର ସହକାରେ ଭଗବତୀ ପୂଜା ପାଳନ ହୋଇଥିବା ବେଳେ ମାଆଙ୍କ ପ୍ରସାଦ ବଣ୍ଟନ ହୋଇଥିଲା। ତେବେ ପ୍ରସାଦ ଖାଇବାର ୩ରୁ ୪ ଘଣ୍ଟା ପରେ କିଛି ଲୋକଙ୍କ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା ।

ପ୍ରଥମେ ଛୋଟ ଛୋଟ ପିଲା ପରେ ଅନ୍ୟମାନେ ଏଥିରେ ଆକ୍ରାନ୍ତ ହୋଇଥିଲେ। ରାତି ତମାମ ୧୦ଟି ଆମ୍ବୁଲାନ୍ସ ଯୋଗେ ସମସ୍ତ ଆକ୍ରାନ୍ତଙ୍କୁ ପାଉଁସକୁଲି ଏବଂ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅନେକ ଆକ୍ରାନ୍ତଙ୍କ ଚିକିତ୍ସା ଏବେବି ଜାରି ରହିଛି । ତେବେ ଚିନ୍ତାର କାରଣ ଯେ, ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢି ଚାଲିଛି ।

   Related Posts