ପଶ୍ଚିମବଙ୍ଗକୁ ପଥର ଚୋରା ଚାଲାଣ ସନ୍ଦେହ, ୯ ଗାଡ଼ି ସହ ଡ୍ରାଇଭରଙ୍କୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | November 15, 2021 IST

ଭୋଗରାଇ, ୧୪/୧୧: ଭୋଗରାଇ ପୋଲିସ ଦ୍ୱାରା ୮ ଚୋରା ପଥର ଗାଡି ସହ ଗୋଟିଏ ବାଲି ବୋଝେଇ ଡ଼ମ୍ଫର ଅଟକ । ରବିବାର ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଜଳେଶ୍ୱର ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥର ଦେହୁର୍ଡା ସ୍ଥିତ ଥାନାଛକ ଦେଇ ଯାଉଥିବା ସମୟରେ ଭୋଗରାଇ ପୋଲିସ ସମସ୍ତ ଗାଡି ଅଟକାଇ ଥିଲା । ଯାହା ଅନୁମାନ କରାଯାଉଛି ଉକ୍ତ ଗାଡ଼ି ପଶ୍ଚିମବଙ୍ଗକୁ ଚୋରା ପଥର ଚାଲାଣ କରୁଥିଲା । ପୋଲିସ ସମସ୍ତ ଗାଡି ସହ ଡ୍ରାଇଭରକୁ ଅଟକ ରଖି ପଚରା ଉଚୁରା କରିବା ସହ ଗାଡ଼ିର କାଗଜପତ୍ର ମଧ୍ୟ ଯାଞ୍ଚ କରୁଛି।

ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାରୀ କୌଣସି ସୂତ୍ରରୁ ସୂଚନା ପାଇ ଭୋଗରାଇ ପୋଲିସ ଆର୍ଲଟ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକି ଭୋଗରାଇ ପୋଲିସ ପକ୍ଷରୁ ବାଟଗ୍ରାମ ପୋଲ ଠାରୁ ଜୟନଗର ପର୍ଯ୍ୟନ୍ତ ରାସ୍ତାରେ କଡ଼ା ପଇଁତରା ଦେଇଥିଲା। ଆଉ ଶେଷରେ ସମସ୍ତ ଗାଡ଼ିକୁ ଥାନାଛକ ଠାରେ ଅଟକ ରଖିବାରେ ସଫଳ ହୋଇଥିଲା । ଏବେ ପୋଲିସ ପକ୍ଷରୁ ଉକ୍ତ ଘଟଣାକୁ ନେଇ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.