Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଜଳେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ, ଟୋଲ୍ ପ୍ଲାଜା ନିକଟରେ ରାସ୍ତାରୋକ କଲା ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ

15/07/2021 at 8:21 AM

ଜଳେଶ୍ୱର, ୧୫/୦୭: ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର  ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବାମଦଳ ପକ୍ଷରୁ  ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଜଳେଶ୍ୱରରେ ମଧ୍ୟ ପଡିଛି । ସିପିଆଇଏମ ଓ କଂଗ୍ରେସ ପକ୍ଷରୁ ଜଳେଶ୍ୱର ବନ୍ଦ ଡାକରା ଦିଆଯାଇଛି ।

ସୁଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସିପିଆଇଏମ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଓଡିଶା ବନ୍ଦକୁ ସମର୍ଥନ କରି ସକାଳ ୬ରୁ ଜଳେଶ୍ୱର ସହରରେ ପିକେଟିଂ କରାଯାଇଛି । ଏହା ସହିତ ୬୦ ନଂ ଜାତୀୟ ରାଜପଥ ସ୍ଥିତ ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜା ନିକଟରେ ରାସ୍ତାର ଉଭୟ ପାର୍ଶ୍ୱକୁ ବନ୍ଦ କରାଯାଇଛି । ଫଳରେ ରାସ୍ତାର ଉଭୟ ପଟରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି ।

ଫଳରେ ବହୁ ଗାଡି ମଟର ରାସ୍ତାର ଉଭୟ ପାର୍ଶ୍ୱରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି ।  ତେବେ ଏହି ବନ୍ଦ ସକାଳ ୬ରୁ ଦିନ ୧୨ଟା ଯାଏଁ ଜାରି ରହିବ ।  

   Related Posts