ମୋବାଇଲ୍‌ ଚୋରି ବେଳେ ପଡ଼ିଗଲା ଲୋକଙ୍କ ହାବୁଡ଼ରେ, କଙ୍ଗାରୁ କୋର୍ଟରେ ଖାଇଲା ନିର୍ଦ୍ଧୁମ ଛେଚା

Published By : Prameya-News7 Bureau | January 17, 2022 IST

ଜଳେଶ୍ୱର ୧୭।୦୧: ମୋବାଇଲ୍‌ ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟ । ପୋଲିସରେ ଜିମା ନଦେଇ ସର୍ବ ସାଧାରଣ ଆଗରେ ନିର୍ଦ୍ଦୁମ ମାଡ଼ ଦେଲେ ସ୍ଥାନୀୟଲୋକେ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏପରି କିଛି ଘଟଣା ।

ଖବର ଅନୁଯାୟୀ, ଆଜି ସୋମବାର ସାପ୍ତାହିକ ହାଟ ଥିବାରୁ ଲୋକଙ୍କର ଭିଡ଼ଥିଲା । ଏହାର ସୁଯୋଗ ନେଇ ଖଡ଼ଗପୁର ଅଞ୍ଚଳର ଏକ ଚୋର ହାଟକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ହାତରୁ  ମୋବାଇଲ ଫୋନକୁ ଛଡ଼ାଇ  ନେଇ ଚମ୍ପଟ ମାରିଥିଲା  । ତେବେ ହାଟରେ ଥିବା ଯୁବକ ମାନେ ଜାଣିପାରି  ଚୋରକୁ କାବୁକରି ନିର୍ଦ୍ଦୁମ ମାଡ଼ ମାରିଥିଲେ ।  ସବୁଠାରୁ ବଡ଼ କଥା ହେଲା ହାଟ ଠାରୁ ମାତ୍ର ୫୦ମିଟର ଦୂରରେ ଜଳେଶ୍ୱର ଥାନା ଥିଲା । କିନ୍ତୁ  ଚୋରକୁ ପୋଲିସରେ ଜିମା ନଦେଇ  ସର୍ବ ସାଧାରଣ ଆଗରେ ଯୁବକ ମାନେ ଏଭଳି ମାଡ଼ ମାରିବା କେତେ ଯୁକ୍ତି ଯୁକ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.