ଜଲେଶପଟ୍ଟା କନ୍ୟାଶ୍ରମର ମୁଖ୍ୟଙ୍କୁ ହତ୍ୟା ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି, ଏସଓଜି ଯବାନ ନିୟୋଜିତ

Published By : Prameya-News7 Bureau | February 21, 2021 IST

ଫୁଲବାଣୀ, ୨୧୦୨କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଜଲେଶପଟ୍ଟା କନ୍ୟାଶ୍ରମ ମୂଖ୍ୟ ସ୍ବାମୀ ଜୀବନମୁକ୍ତାନନ୍ଦଙ୍କୁ ଶନିବାର କୌଣସି ଅଜଣା ବ୍ୟକ୍ତି ଠାରୁ ହତ୍ୟା ଧମକ ଦେଇଛନ୍ତି । ହତ୍ୟା ଧମକ ମିଳିବା ପରେ ଆଶ୍ରମ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କନ୍ୟାଶ୍ରମରେ ଏସଓଜି ଯବାନଙ୍କୁ ମୁତୟନ କରାଯାଇଛି ।

 ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ସହ  ବମ୍ ସ୍କ୍ଵାଡ ଘଟଣା ସ୍ଥଳରେ ପହଞ୍ଚି ଛାନଭୀନ କରୁଛନ୍ତି । ବାଲିଗୁଡା ଏସଡିପିଓ ମନୋଜ କୁମାର ପୂଜାହାରୀ ମଧ୍ୟ ସ୍ଥିତିର ଅନୁଧ୍ୟାନ ପାଇଁ ଜଲେଶପଟ୍ଟାରେ ପହଞ୍ଚିଛନ୍ତି । ସେହିପରି ରବିବାର ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ଜଲେଶପଟ୍ଟା ପହଞ୍ଚି ଘଟଣା ଅନୁଧ୍ୟାନ କରିବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଶନିବାର ଜଣେ ଅଜଣା ବ୍ୟକ୍ତି ସ୍ବାମୀଜୀଙ୍କୁ ଫୋନ କରି ହତ୍ୟା କରିବା ଏବଂ ଆଶ୍ରମକୁ ଉଡାଇ ଦେବା ଧମକ ଦେଇଥିଲେ । ଏ ନେଇ ଆଶ୍ରମ ତରଫରୁ ତୁମୁଡିବନ୍ଧ ଥାନାରେ ଏତଲା ଦିଆଯାଇଛି ।ଉଲ୍ଲେଖଯୋଗ୍ୟ, ଏହି ଆଶ୍ରମରେ ଗତ୨୦୦୮ ଅଗଷ୍ଟ ୨୩ ଜନ୍ମାଷ୍ଟମୀ ଦିନ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କୁ ହତ୍ୟା କରାଯାଇଥିଲା । ଏହା ପରେ ମାସଧରି ହୋଇଥିବା ଦଙ୍ଗାରେ ଅନେକ ଧନଜୀବନ ହାନୀ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.