ଜଳପଥରେ ମତ୍ସ୍ୟଜୀବୀ ଫେରିବା ପ୍ରସଙ୍ଗ, ରାଜ୍ୟକୁ ପ୍ରବେଶ ଉପରେ ଲାଗିବ କଟକଣା- ବିଭାଗୀୟ ମନ୍ତ୍ରୀ

Published By : Prameya-News7 Bureau | April 26, 2020 IST

ଭୁବନେଶ୍ୱର ୨୬।୦୪: ଜଳପଥରେ ମତ୍ସ୍ୟଜୀବୀ ଫେରିବା ପ୍ରସଙ୍ଗ । ଏଣିକି ରାଜ୍ୟରେ ଜଳପଥରେ ରାଜ୍ୟକୁ ପ୍ରବେଶ ଉପରେ ଲାଗିବ କଟକଣା । କଟକଣା ଲାଗିବା ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳର ଡଙ୍ଗା ଚାଳକଙ୍କ ଉପରେ ଲାଗିଲା କଟକଣା ।

ବେଆଇନ୍ ଭାବେ ଲୋକ ଆଣିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସେହିପରି ଚେନ୍ନାଇରୁ ଡଙ୍ଗା ସାହାଯ୍ୟରେ ୩୮ ମତ୍ସ୍ୟଜୀବୀ ଗଞ୍ଜାମ ଆସିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କିଭଳି ଆସିଲେ, ସେନେଇ ବିଭାଗ ତଦନ୍ତ କରୁଛି । ଡଙ୍ଗା ଚାଳକ ଯଦି ବେଆଇନ୍ ଭାବେ ଲୋକ ଆଣନ୍ତି କିମ୍ବା ଆଣିବାକୁ ଯାଆନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.