ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର

Published By : Prameya-News7 Bureau | October 18, 2021 IST

ଜଳେଶ୍ୱର ୧୮/୧୦:  ଜଳକା ନଦୀରେ ପୁଣି ବନ୍ୟା । ଗତ ଦୁଇ ଦିନ ଧରି ବାଲେଶ୍ୱର ସହିତ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହି ଥିବାରୁ ଜଳକା ନଦୀରେ ପୁଣି ବନ୍ୟା ଦେଖା ଦେଇଛି । ବସ୍ତା ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିଲା ବେଳେ ଜଳସ୍ତର ସକାଳ ୭ଟା ସୁଦ୍ଧା ୬.୦୨ ମିଟର ଉପରେ ପ୍ରଭାବିତ ହେଉଛି ।

ବିଶେଷ କରିଜଳକା ନଦୀର ଉପର ମୁଣ୍ଡାରେ  ମୟୁର ଭଞ୍ଜ ଜିଲ୍ଲାର ସୁଲିଆପଦା .ମୋରଡା .ଚିତ୍ରଡା .ରସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ  ବର୍ଷା ହେବା  କାରଣରୁ ନଦୀରେ  ଜଳସ୍ତର ବଢିଛି । ଫଳରେ ବନ୍ୟା ଦେଖା ଦେଇଛି । ବନ୍ୟା ଯୋଗୁଁ ବସ୍ତା ବ୍ଲକର  ୧୨ଟି ପଂଚାୟତ ପତ୍ରଝଡା.ସଦାନନ୍ଦ ପୁର .ବାହାର୍ଦା .ମଥାନୀ .ଦୁଧହଂସା .ରାଉତପଡା .ଗଡ଼ପଦା .କୁଡିଆ .ବାସଚକୁରାଇ.ଦରଡ଼ା .ବ୍ରାହ୍ମଣଦା. ବରୁଣଗଡିଆ .ଏବଂ ସଦର ବ୍ଲକର ୨ଟି ପଞ୍ଚାୟତର ରସଲପୁର ଏବଂ ଶ୍ରୀରାମ ପୁର  ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି  । ବନ୍ୟା ଦେଖି ନଦୀ କୁଳିଆବାସୀ ସହିତ ଚାଷୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.