Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିପଦ ସଙ୍କେତ ଉପରେ ଜଳକା: ୧୦ରୁ ଅଧିକ ଗାଁ ପ୍ରଭାବିତ ହେବା ଆଶଙ୍କା

27/08/2019 at 7:21 PM

ବାଲେଶ୍ବର ୨୭/୮.-  ଲଘୁଚାପ ଜନିତ ବର୍ଷା ଯୋଗୁଁ ପ୍ରମୁଖ ନଦୀଗୁଡିକରେ ଜଳସ୍ତର ବଢିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ଉପରମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଂଚଳରେ କାଲି ପ୍ରବଳ ବର୍ଷା ହୋଇଛି । ଫଳରେ ଜଳକା ନଦୀରେ ବଢିବାରେ ଲାଗିଛି ଜଳସ୍ତର । ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୭ଟାରୁ ୬.୪୬ ମିଟର ଜଳ ପ୍ରଭାବିତ ହେଉଛି । ଯଦି ଏହିଭଳି ବର୍ଷା ଲାଗି ରୁହେ ତେବେ ବସ୍ତା ବ୍ଲକର ୧୦ଟି ପଂଚାୟତ ଓ ସଦର ବ୍ଲକର ୨ଟି ପଂଚାୟତରେ ବନ୍ୟା ହେବାର ଆଶଙ୍କା ରହିଛି ।

ସେପଟେ, ହୀରାକୁଦ ଜଳଭଣ୍ଡାରରେ ଲଗାତାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଜି ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । କାଲି ୬ଟି ଗେଟ ଖୋଲାଯାଇଥିବା ବେଳେ ଆଜି ସକାଳୁ ଆଉ ୪ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି । ବର୍ତମାନ ହୀରାକୁଦର ଜଳସ୍ତର ୬୨୩ ଦଶମିକ ୬୫ ରହିଛି । ସେକେଣ୍ଡ ପିଛା ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ୮୮ ହଜାର ୬୭୨ କ୍ୟୁସେକ ଜଳ । ସେହିପରି ସେକେଣ୍ଡ ପିଛା ୧ ଲକ୍ଷ ୧୬ ହଜାର ୮୭୧ କ୍ୟୁସେକ ଜଳ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ।

   Related Posts