ବିପଦ ସଙ୍କେତର ୨ ଫୁଟ ଉପରେ ଜଳକା, ଅନ୍ୟ ନଦୀରେ ନାହିଁ ବନ୍ୟା ସ୍ଥିତି

Published By : Prameya-News7 Bureau | August 25, 2020 IST

ଭୁବନେଶ୍ବର ୨୫।୮: ବିପଦ ସଙ୍କେତ ଉପରେ ଜଳକା । ଜଳକା ବ୍ୟତୀତ ରାଜ୍ୟର କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । ଜଳକା ନଦୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ବିପଦ ସଙ୍କେତ ୨ ଫୁଟ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଜଳକା ବନ୍ୟାଜଳ ଦ୍ବାରା ବସ୍ତା, ଜଳେଶ୍ବର ବ୍ଲକ୍ ପ୍ରଭାବିତ । ଏ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ମହାନଦୀରୁ ୨ ଲକ୍ଷ ୭୦ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ମହାନଦୀ ପ୍ରବେଶ କରୁଛି ଅଢ଼େଇ ଲକ୍ଷ କ୍ୟୁସେକ୍‌ ଜଳ । ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.