ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ

Published By : Prameya-News7 Bureau | September 23, 2021 IST

ଭୁବନେଶ୍ବର ୨୩।୯: ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ଜଳଦ କୁମାର ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି । ଜଳଦ ତ୍ରିପାଠୀଙ୍କ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅନୁମୋଦନ କରିଛନ୍ତି । ତାମିଲନାଡୁର ପୂର୍ବତନ ପୋଲିସ ଡିଜି ଥିଲେ ଜଳଦ କୁମାର ତ୍ରିପାଠୀ । ତାଙ୍କୁ ନୂତନ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।

୧୯୮୫ ବ୍ୟାଚ୍ ର ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ହେଉଛନ୍ତି ଜଳଦ କୁମାର ତ୍ରିପାଠୀ । ତାମିଲନାଡୁର ପୋଲିସ ଡିଜି ଭାବେ ସେ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ର ଅବସ ନେବା ପରେ ଏହି ପଦବୀ ଖାଲିଥିଲା ।

{"id":516449,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.