ଏଣିକି ଜଳସାଥୀ ଆଦାୟ କରିବେ ଜଳକର, ଜଳର ଗୁଣବତ୍ତା ମଧ୍ୟ କରିବେ ଯାଞ୍ଚ

Published By : Prameya-News7 Bureau | December 18, 2019 IST

ଭୁବନେଶ୍ବର ୧୮।୧: ଏଣିକି ଜଳସାଥୀ ଆଦାୟ କରିବେ ଜଳକର । ମିଶନ ଶକ୍ତିର ମହିଳାମାନେ ରାଜ୍ୟର ୧୧୪ଟି ପୌରାଞ୍ଚଳରେ ଜଳଯୋଗାଣା ସହ ବିଲ ଆଦାୟ କରିବେ ବୋଲି ଘୋଷଣା କରିଛନ୍ତି ନବୀନ । କେବଳ ଯେ ଜଳକର ଆଦାୟ କରିବେ ତାହା ନୁହେଁ ବରଂ ଜଳର ଗୁଣବତ୍ତା ମଧ୍ୟ ଯାଞ୍ଚ କରିବେ ଜଳସାଥୀ ।

{"id":199325,"sizeSlug":"large"}

ଓ୍ବାଟକୋ ଦ୍ବାରା ଏହି ଯୋଜନା ହାତକୁ ନିଆଯାଇଥିବା ବେଳେ ନବୀନ ନିବାସର ଜଳକର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜଳକର ବାବଦକୁ ରୂପେ କାର୍ଡରେ ୫୯୩ ଟଙ୍କା ଜଳସାଥୀଙ୍କୁ ଦେଇ ଏହାର ଶୁଭାରମ୍ଭ କରିଛନ୍ତି ନବୀନ । ଜଳଯୋଗାଣକାରୀ ସଂସ୍ଥା ଓ ଉପଭୋକ୍ତାଙ୍କ ମଧ୍ୟରେ ଜଳସାଥୀ ସେତୁ ଭଳି କାମ କରିବ ବୋଲି ନବୀନ କହିଛନ୍ତି ।

{"id":199328,"sizeSlug":"large"}

ପୂର୍ବରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରି ସ୍ବାବଲମ୍ବୀ କରିବା ସହ ରୋଜଗାରକ୍ଷମ କରାଇଛନ୍ତି ରାଜ୍ୟ ସରକାର । ଅଙ୍ଗନଓ୍ବାଡି ଓ ସ୍କୁଲକୁ ମଧ୍ୟାହ୍ନଭୋଜନ ଯୋଗାଇଦେବା କାର୍ଯ୍ୟଠାରୁ ଆରମ୍ଭ କରି ମିଟର ରିଡିଂ ଭଳି କାର୍ଯ୍ୟରେ ମହିଳାମାନଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.