ଶୀତ ଦିନେ ପାଣି ଚିନ୍ତା – ରାତି ପାହିଲେ ନଳକୂଅ ପାଖରେ ଲାଗେ ଭିଡ
10/02/2020 at 7:14 PM

କଣ୍ଟାବାଞ୍ଜି ୧୦।୦୨ – ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ଭଳି ଖର୍ଚ୍ଚ ହେଉଛି ଟଙ୍କା । କିନ୍ତୁ ଯେ।ଜନା କେବଳ କାଗଜ କଲମରେ ସୀମିତ ଥିବା ଭଳି ମନେ ହେଉଛି।ଯାହାର ଉଦ୍ଦାହରଣ ହେଉଛି ବଲାଙ୍ଗୀର ଜିଲ୍ଲା ବେହେରେନସିଲେଟ ନାଏକପଡା ।ଏଠି ରାତି ପାହିଲେ ପାଣି ପାଇଁ ଲାଗେ ଝଗଡା ।ବିଶୁଦ୍ଧ ପାଣି ଟେ।ପେ ପାଇଁ ଡହଳବିକଳ ସାରା ଗାଁ ।

ଶୀତ ଦିନେ ପାଣି ଚିନ୍ତା । ରାତି ପାହିଲେ ନଳକୂଅ ପାଖରେ ଲାଗେ ଭିଡ । ଗରା, ବାଲଟି ଧରି ନଳକୂପ ପାଖରେ ରୁଣ୍ଡ ହୁଅନ୍ତି ମହିଳା ।ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ବେଳେ ଅନେକ ସମୟରେ ଝଗଡା ସ୍ଥିତି ବି ଉପୁଜେ । ଏ ସମସ୍ୟା ହେଉଛି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବେହେରେନସିଲେଟ ନାଏକପଡା ଗାଁର । ଗାଁରେ ଦିନକୁ ଦିନ ଉତ୍କଟ ରୂପ ନେଉଛି ପାଣି ସମସ୍ୟା । ପୂର୍ବରୁ ଗାଁରେ ୩ଟି ନଳକୂପ ଥିଲା । କିନ୍ତୁ ଗେ।ଟିଏ ଅଚଳ ହେ।ଇପଡିଛି ତ ଅନ୍ୟଟିରୁ ମଇଳା ପାଣି ବାହାରୁଛି । ତେଣୁ ଗେ।ଟିଏ ନଳକୂପ ଉପରେ ପୁରା ଗାଁ ନିର୍ଭରଶୀଳ ।

ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ବେହେରେନସିଲେଟ ଗାଁରେ ଏକ ଲକ୍ଷ ବିଶିଷ୍ଟ ଓଭରହେଡ ଟାଙ୍କି ନିର୍ମାଣ କରାଯାଇଛି । ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ମନେ।ବୃତ୍ତି ଯେ।ଗୁଁ ତାହା ବର୍ତମାନ ଯାଏ କାର୍ଯ୍ୟକ୍ଷମ ହେ।ଇନି । ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ଜଣାଇବାରୁ ସେ ଚିତରାଚରିତ ଉତ୍ତର ରଖିଛନ୍ତି ।

ଶୀତ ଦିନେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲେ।କ । ଆଗକୁ ଖରା ଦିନ ଆସୁଛି, ତେଣୁ ଅବସ୍ଥା କଣ ହେବ ତାହା ପ୍ରଶାସନ ଟିକେ ଚିନ୍ତା କରନ୍ତୁ ।