Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଲାନ୍ଥ ନଦୀରେ ବ୍ରିଜ୍ ନିର୍ମାଣ ଦାବିରେ ଜଳ ସତ୍ୟାଗ୍ରହ, ପାଣିରେ ବସିଲେ ଗ୍ରାମବାସୀ

16/07/2021 at 3:05 PM

କଣ୍ଟାବାଞ୍ଝି ୧୬।୭: ବେଲପଡା ମୁରିବାହାଲ ବ୍ଲକ୍ ସୀମାନ୍ତ ଗାଁରେ ଥିବା କତରଲଗା ଗାଁ ଓ ଧୂମାଭଟା ଗାଁ ମଝିରେ ଥିବା ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବି ନେଇ ଜଳ ସତ୍ୟାଗ୍ରହ ଆରମ୍ଭ ହୋଇଯାଇଛି । ଦୁଇଟି ଗାଁର ଲୋକ ନଦୀ ପାଣିରେ ବସି ଧାରଣା ଦେଇଛନ୍ତି । ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ, ପାଟଣାଗଡ଼ରୁ ଟିଟିଲାଗଡ଼ ଭାୟା ଧୁମାଭଟା, କତରଲଗାକୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତାରେ କତରଲଗା ଓ ଧୁମାଭଟା ମଧ୍ୟରେ ଏହି ନଦୀ ଉଭୟ ଅଞ୍ଚଳବାସୀଙ୍କୁ ବିଚ୍ଛିନ୍ନାଞ୍ଚଳ କରିଦେଇଛି । ମୁରିବାହାଲ ଅଞ୍ଚଳର ଜନସାଧାରଣ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ରୋଗୀ ଧୁମାଭଟା ସ୍କୁଲ କଲେଜ ଏବଂ ରୋଗୀମାନେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି । 

ସେହିଭଳି ବେଳପଡ଼ା, ପାଟଣାଗଡ଼, ଧୁମାଭଟା ଅଞ୍ଚଳର ଜନସାଧାରଣ ମଧ୍ୟ ଅନେକ ସରକାରୀ ବେସରକାରୀ ତଥା ବ୍ୟବସାୟ କାର୍ଯ୍ୟ ପାଇଁ ମୁରିବାହାଲ ଓ ଟିଟିଲାଗଡ଼ ଉପରେ ନିର୍ଭର କରିଥାନ୍ତି କିନ୍ତୁ କତରଲଗାକୁ ଧୁମାଭଟା ନଦୀ ପ୍ରବାହିତ ହେଉଥିବାରୁ ଉଭୟ ଅଞ୍ଚଳର ଜନସାଧାରଣ ଯାତାୟାତ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ଭୋଗୁଛନ୍ତି । ଉଭୟ ଅଞ୍ଚଳର ଜନସାଧାରଣଙ୍କୁ ଅଯଥା ୨ କିଲୋମିଟର ଟିକ୍ରାପଡା ଦେଇ ବୁଲିବାକୁ ପଡିଥାଏ ।

ବିଶେଷ କରି ବର୍ଷା ଋତୁରେ ସ୍କୁଲ-କଲେଜ ଛାତ୍ରଛାତ୍ରୀ ଓ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିପଦସଙ୍କୁଳ ଅବସ୍ଥାରେ ପାଣି ମଧ୍ୟରେ ଯାତାୟତ କରୁଛନ୍ତି । ଏହି ଲାନ୍ଥ ନଦୀରେ ବ୍ଲକ ନିର୍ମାଣ କାର୍ଯ୍ୟ ପାଇଁ ଅନେକ ବର୍ଷ ହେବ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜନେତାମାନଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କର ପ୍ରତିଶ୍ରୁତିରେ ରହିଯାଇଛି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ସୂଚନା ଦେଇଛନ୍ତି ।

   Related Posts