କଂଗ୍ରେସ ଟିକେଟ ନ ଦେଲେ ବି ସ୍ବାଧିନରୁ ଲଢ଼ିବେ ଜାକବ, କହିଲେ କଂଗ୍ରେସ ଚିହ୍ନିପାରିଲା ନାହିଁ

Published By : Prameya-News7 Bureau | March 25, 2019 IST

ଭୁବନେଶ୍ବର ୨୫।୩:କଂଗ୍ରେସ ଟିକେଟ ନ ମିଳିଲେ ସ୍ବାଧିନରୁ ଲଢ଼ିବେ ବୋଲି କହିଛନ୍ତି ଜାକବ । ଆଜି ସନ୍ଧ୍ୟାରେ କଂଗ୍ରେସ ୪ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାପରେ ଜିଉଦୟଗିରି ବିଧାୟକ ଜାକବ ପ୍ରଧାନ ଅସନ୍ତୋ​‌ଷ ପ୍ରକାଶ କରିଛନ୍ତି । ଜିଉଦୟଗିରିରୁ ପୁଣି ପ୍ରାର୍ଥୀ ହେବାପାଇଁ ଜାକବ ଆଶାୟୀ ଥିଲେ। ତେବେ କଂଗ୍ରେସ ସେଠାରେ ତାଙ୍କୁ ପ୍ରାର୍ଥୀ ନ କରି ଦାରିଙ୍ଗିବାଡ଼ିର ସରପଞ୍ଚ ଶ୍ୟାମଘନ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ଏଥିରେ କ୍ଷୁବ୍ଧ ହୋଇ ପିସିସି ବିରୋଧରେ ବିଷୋଦଗାର କରିଛନ୍ତି ଜାକବ।

ତାଙ୍କ ନାଁରେ ମିଥ୍ୟା ଦଲିଲ ତିଆରି କରି କିଛି ଚକ୍ରାନ୍ତକାରୀ ପିସିସିକୁ ପଠାଇଥିଲେ।

ପିସିସି ତାର ଭିତିରିଆ ଉଦ୍ଦେଶ୍ୟ ବୁଝିନପାରି ଭୁଲ ପଦକ୍ଷେପ ନେଲା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟଯେ, ପ୍ରଦେଶ କଂଗ୍ରେସ ଭବନଠାରେ ସ୍କ୍ରିନିଂକମିଟି ବୈଠକ ଚାଲିଥିବା ବେଳେ ଜିଉଦୟଗିରିର କିଛି କଂଗ୍ରେସକର୍ମୀ  ଓ କର୍ମକର୍ତ୍ତା ଆସି ପିସିସିମୁଖିଆଙ୍କଠାରେ ଜାକବଙ୍କ ବିରୋଧରେ ଫେରାଦ ହୋଇଥିଲେ।

 ​​‌ସେ  କହିଛନ୍ତିଯେ, ସ୍ବାଧୀନଭାବେ ନିର୍ବାଚନ ଲଢ଼ିବେ। ବର୍ତ୍ତମାନ ଟିକଟ ପାଇଥିବା ଶ୍ୟାମଘନ ପ୍ରଧାନ କଂଗ୍ରେସରେ ନଥିଲେ।  ଅତୀତରେ ସେ ବିଏସପିରୁ ପ୍ରାର୍ଥୀ ହୋଇମାତ୍ର ୨ହଜାର ଭୋଟପାଇଥିଲେ। ସେ କେବଳ ତାଙ୍କ ନିଜପଞ୍ଚାୟତରେ ସକ୍ରିୟ ଅଛନ୍ତି। ତେଣୁ କିଭଳି ତାଙ୍କୁ ପ୍ରାର୍ଥୀ କରାଗଲା ବୋଲି ଜାକବ ପ୍ରଶ୍ନକରିଛନ୍ତି। ଜାକବଙ୍କୁ କଂଗ୍ରେସ ଚିହ୍ନିପାରିଲା ନାହିଁ। ଜାଣିଶୁଣି ବିଜେଡ଼ି ଓ ବିଜେପି ହାତକୁ ଟେକିଦେଲା ବୋଲି ନିଜ ପ୍ରତିକ୍ରିୟାରେ ଜାକବ କହିଛନ୍ତି ।

ଜାକବ ଦଳୀୟ କର୍ମୀମାନଙ୍କୁ ଉପେକ୍ଷା କରିବା ସହ ବିଭିନ୍ନ ଦୁର୍ନୀତିରେ ଲିପ୍ତଥିବା ଅଭିଯୋଗ କରିଥିଲେ। ସମ୍ଭବତ ଏହାରି ଆଧାରରେ ବିଧାୟକ ଥିବା ସତ୍ବେ ଜାକବଙ୍କ ଟିକଟ କଟାଯାଇଛି ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.