ଦିନକ ପୂର୍ବରୁ ବାଇକ୍ ମିଳିଥିବା ବେଳେ ଆଜି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଦୁର୍ଘଟଣାର ରୂପ ଦେବାକୁ ପ୍ରୟାସ କରିଥିବା ଅଭିଯୋଗ

Published By : Prameya-News7 Bureau | August 10, 2019 IST

ବଲାଙ୍ଗିର ୧୦|୮: ନିଖୋଜ ଯୁବକଙ୍କ ମୃତଦେହ ମିଳିଲା । ବଲାଙ୍ଗୀର ଦୁର୍ଗାପାଲୀ ନଦୀକୂଳରୁ ବରଗାଁର ନିଖୋଜ ଯୁବକ ଶ୍ରୀକାନ୍ତ ନନ୍ଦଙ୍କ ମୃତଦେହ ଶନିବାର ଦିନ ଉଦ୍ଧାର ହୋଇଛି । ଦିନକ ପୂର୍ବରୁ ବ୍ରିଜ୍‌ ତଳୁ ତାଙ୍କ ବାଇକ୍ ମିଳିଥିଲା । ତେବେ ଶ୍ରୀକାନ୍ତଙ୍କୁ ପୂର୍ବ ଶତ୍ରୁତାରୁ ଅପହରଣ କରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।ପୋଲିସ ଏନେଇ ତଦନ୍ତ କରୁଥିବା ବେଳେ, ହତ୍ୟାକାରୀ ମାନେ ଶ୍ରୀକାନ୍ତଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି ।  

{"id":142839}

ବାଇକ୍‌ ମିଳିବାର ଦିନକ ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ୪-୫ ଦିନ ହେବ  ନିଖୋଜ ଥିଲେ ଯାଜପୁର ବର ଗାଁର ଶ୍ରୀକାନ୍ତ ନନ୍ଦ । ଶନିବାର ସକାଳେ ଉଦ୍ଧାର ହୋଇଛି ତାଙ୍କ ମୃତଦେହ । ବଲାଙ୍ଗିର ସହରରେ ଠେଲା ଗାଡ଼ିରେ କଦଳୀ ବିକ୍ରି କରି କରୁଥିବା ଶ୍ରୀକାନ୍ତ ପ୍ରତିଦିନ ଗାଁରୁ ସହରକୁ ଆସିଥାନ୍ତି । ତେବେ ସେ ୩ ଦିନ ଧରି ଘରକୁ ନଫେରିବାରୁ, ପରିବାର ପକ୍ଷରୁ ଗୁରୁବାର ଦିନ ଥାନାରେ ନିଖୋଜ ଅଭିଯୋଗ  କରାଯାଇଥିଲା । ଘର ଲୋକେ ଗାଁ ମୁଣ୍ଡରୁ ଶ୍ରୀକାନ୍ତଙ୍କ କିଛି ଜିନିଷ ପତ୍ର ପାଇଥିଲେ । ଶୁକ୍ରବାର ସୁକତେଲ ନଦୀ ବ୍ରିଜ୍‌ତଳ ବୁଦାରୁ ମିଳିଥିଲା ଶ୍ରୀକାନ୍ତଙ୍କ ମୋଟର ସାଇକେଲ । କିନ୍ତୁ ଶ୍ରୀକାନ୍ତଙ୍କ ପତ୍ତା ମିଳିନଥିଲା । ଶନିବାର ସକାଳେ ଦୁର୍ଗାପାଲୀ ନଦୀ କୂଳେ ଏକ ମୃତଦେହ ଭାସୁଥିବା ଦେଖି  ପୋଲିସରେ ଖବର ଦେଇଥିଲେ ଲୋକେ । ମୃତଦେହ ଉଦ୍ଧାର ପରେ ତାହା ଶ୍ରୀକାନ୍ତଙ୍କର ବୋଲି ଚିହ୍ନଟ ହୋଇଛି । ଅପହରଣ ଓ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ।

{"id":142840}

ଶ୍ରୀକାନ୍ତଙ୍କ ବାପାଙ୍କ  ଅଭିଯୋଗ ଘଟଣାକୁ ଆହୁରି ଜଟିଳ କରିଛି । ଶ୍ରୀକାନ୍ତଙ୍କୁ ଅପହରଣ କରିନେଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା ।ସେହି ଭିତ୍ତିରେ ପୋଲିସ ମାମାଲା ରୁଜ୍ଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ ଜାରି ରଖିଛି ।

{"id":142841}

ଶ୍ରାକାନ୍ତ ମୃତ୍ୟୁର କାରଣ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୋଲିସ କହିଥିବା ବେଳେ ଅପହରଣ , ଦୁର୍ଘଟଣା ଓ ହତ୍ୟା ସବୁ ଦିଗକୁ ଆଧାର କରି ପୋଲିସ ଖୋଳତାଡ କରୁଛି। ତୁରନ୍ତ ସତ୍ୟ ଉନ୍ମୋଚନ ଓ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୂଷ୍ଠାନ ପାଇଁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.