Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ରାଜ୍ୟର ଏହି ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ୍, ସହରାଞ୍ଚଳ ସମେତ ପଞ୍ଚାୟତରେ ମଧ୍ୟ ଲାଗିଲା କଟକଣା

1/05/2021 at 9:02 AM

ଯାଜପୁର,୦୧/୦୫: ଫେରିଲା ସଟଡାଉନ୍ । ଯାଜପୁର ଜିଲ୍ଲାରେ କରୋନାର ଦ୍ୱିତୀୟ ଲହରି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାର ୨ଟି ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ସହିତ ଦୁଇ ଦିନିଆ ସଟ୍‌ଡାଉନ ଘୋଷଣା କରାଯାଇଥିଲା । କିନ୍ତୁ ସଂକ୍ରମଣ ହାର ଥମିବା ବଦଳରେ ଆହୁରି ଉଗ୍ର ରୂପ ଧାରଣ କରୁଛି । ଯେଉଁଥି ପାଇଁ ସମଗ୍ର ଜିଲ୍ଲାରେ ଉଦ୍‌ବେଗ ପ୍ରକାଶ ପାଉଛି । କେବଳ ଦୁଇଟି ସହରକୁ ସଟ୍‌ଡାଉନ କରିଦେଲେ ସଂକ୍ରମଣ କମିବ ନାହିଁ ବୋଲି ବହୁ ଲୋକେ ମତ ରଖିଥିଲେ । ଏପରିକି ସହର ଅପେକ୍ଷା ବିଭିନ୍ନ ବ୍ଲକରେ ହାଟବଜାରରେ କଟକଣାକୁ କେହି ମାନୁନାହାନ୍ତି । ବିଭିନ୍ନ ବ୍ଲକକୁ ଏବେ ବହୁ ପ୍ରବାସୀ ଫେରୁଛନ୍ତି । ସଂକ୍ରମଣ ଆହୁରି ବୃଦ୍ଧି ପାଇବ ।

ଯାହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଳାର ୩୧୧ ସରପଞ୍ଚ ନିଜ ପଞ୍ଚାୟତକୁ ଶନିବାର ଓ ରବିବାର ସଟ୍‌ଡାଉନ କରିବା ପାଇଁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଅନୁମତି ମାଗିଥିଲେ । ଜିଲ୍ଲାପାଳ ଶ୍ରୀ ରାଠୋର ଏହାକୁ ଗୁରୁତର ସହ ବିଚାରକୁ ନେଇ ସରପଞ୍ଚମାନେ ନେଇଥିବା ନିଷ୍ପତ୍ତିକୁ ଗ୍ରହଣ କରିବା ସହ ଶନିବାର ଓ ରବିବାର ଦୁଇଦିନ ୨ଟି ପୌରାଞ୍ଚଳ ସମେତ ୩୧୧ ପଞ୍ଚାୟତରେ ସଟ୍‌ଡାଉନ ରହିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ରାଠୋର ସୂଚନା ଦେଇଛନ୍ତି ।

ସରପଞ୍ଚମାନେ ଏଭଳି ମହାମାରୀ ସମୟରେ କରୋନାର ମୁକାବିଲା କରିବା ପାଇଁ ଆଗେଇ ଆସିଥିବାରୁ ସମସ୍ତଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଦେଇଥିଲେ । ଏହି ସଟ୍‌ଡାଉନ ସମୟରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । କେବଳ ଡାକ୍ତରଖାନା, ନର୍ସିଂହୋମ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଗ୍ୟାସ୍‌ ସେବା, ଟେଲିକମ ସେବା, ଇଲେକ୍ଟ୍ରି ସେବା, ଆମ୍ବୁଲାନ୍ସ ସେବା ଜାରି ରହିବ । ଅତି ଆବଶ୍ୟକରେ ଯଦି କୌଣସି ବ୍ୟକ୍ତି ବାହାରକୁ ଆସୁଛନ୍ତି ତେବେ ପୁଲିସକୁ ପ୍ରମାଣପତ୍ର ଦେବାକୁ ହେବ । କରୋନାର ମୁକାବିଲା ପାଇଁ ଏହି ଦୁଇଦିନ ସଟ୍‌ଡାଉନକୁ ଜିଲ୍ଲାବାସୀ ସହଯୋଗ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

   Related Posts