Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

କରୋନାରୁ ସୁସ୍ଥ ହୋଇ ଫେରିଲେ ଯାଜପୁର ତହସିଲଦାର

22/07/2020 at 9:37 AM

ଯାଜପୁର ୨୨।୭: କରୋନାରୁ ସୁସ୍ଥ ହୋଇ ଫେରିଲେ ଯାଜପୁର ତହସିଲଦାର । ଯାଜପୁର ତହସିଲଦାର ସୁଶାନ୍ତ କୁମାର ପତି ସରକାରଙ୍କ କୋରୋନା ମୁକାବିଲାରେ ଦାୟିତ୍ବନିର୍ବାହ କରୁଥିଲେ । ଏହି ସମୟରେ କୋରୋନା ପଜିଟିଭ୍ ଚିହ୍ନଟ ପରେ କୋଭିଡ୍ କେୟାର ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ସୂଚନା ଅନୁଯାୟୀ ଯାଜପୁର ତହସିଲଦାର କରୋନା ମହାମାରୀ ସମୟରେ ଯାଜପୁର ଜିଲ୍ଲାରେ ଏକ ପ୍ରମୁଖ କୋରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ । କିଭଳି ଭାବରେ ନିଜ ତହସିଲ ଅଞ୍ଚଳର ଲୋକମାନେ କୋରୋନା ମୁକ୍ତ ହେବେ ଏଥିପାଇଁ ସେ ଦିନରାତି ଏକ କରି କାମ କରୁଥିଲେ । ତାଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହି ଖବର ପାଇବା ପରେ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ଜନସାଧାରଣ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡିଯାଇଥିଲେ । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତହସିଲଦାରଙ୍କୁ ତୁରନ୍ତ ଟାଟା ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୮ ଦିନ ଧରି ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ୍ ହସପିଟାଲରେ ୮ଦିନ ଧରି ହୋଇଥିବା ଚିକିତ୍ସା ବ୍ୟବସ୍ଥା ଓ ସେଠାକାର ଡାକ୍ତର, ନର୍ସ ଓ ଖାଦ୍ୟପେୟ ବିଷୟରେ କହିଛନ୍ତି । ଏହାସହ କରୋନା ସହିତ ଲଢିବାର ଅନୁଭୁତି ବଖାଣିଛନ୍ତି ଏବଂ କରୋନାକୁ ନେଇ ଲୋକଙ୍କୁ ସଚେତନ ହେବା ପାଇଁ କହିଛନ୍ତି । ସରକାରଙ୍କ ଗାଇଡ୍ ଲାଇନ୍ ମାନିବା ସହ ମାସ୍କ, ସାନିଟାଇଜର ବ୍ୟବହାର କରିବା ପାଇଁ କହିଛନ୍ତି । କରୋନା ସଂକ୍ରମଣକୁ ନେଇ ଲୋକଙ୍କୁ ନ ଡରିବା ପାଇଁ ଉପଦେଶ ଦେଇଛନ୍ତି ।

   Related Posts