ସରପଞ୍ଚ-ବିଡିଓ କ୍ଷମତା ଯୁଦ୍ଧ : ସରପଞ୍ଚଙ୍କ ସଟ୍ ଡାଉନ୍ ଆଦେଶକୁ ବାତିଲ କରିଦେଲେ ବିଡିଓ

Published By : Prameya-News7 Bureau | May 14, 2020 IST

ଯାଜପୁର ୧୪।୫: ଜିଲ୍ଲାପାଳଙ୍କ କ୍ଷମତାକୁ ନେଇ ସରପଞ୍ଚ ଓ ବିଡିଓ ମୁହାଁମୁହିଁ । ଯାଜପୁର ଜିଲ୍ଲା ବଡଚଣା ସୁଙ୍ଗୁଡା ସରପଞ୍ଚ ଚାଚାଲିନ ସ୍ବାଇଁ ଗତକାଲି ସଂଧ୍ୟାରୁ ୪୮ ଘଣ୍ଟା ପାଇଁ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଥିଲେ ।

କରୋନା ମୁକାବିଲା ପାଇଁ ମିଳିଥିବା ଜିଲ୍ଲାପାଳ କ୍ଷମତା ଆଧାରରେ ସଟ୍‌ଡାଉନ୍‌ ଘୋଷଣା କରିଥିଲେ ସରପଞ୍ଚ । ଚଣ୍ଡିଖୋଲ ଛକରେ ବାହାର ରାଜ୍ୟ ଲୋକ ଚଳପ୍ରଚଳ କରୁଥିବାରୁ ସଂକ୍ରମଣ ଆଶଙ୍କାରେ ସେ ସଟ୍‌ଡାଉନ୍‌ କରିଥିଲେ । ତେବେ ବଡଚଣା ବିଡିଓ କହିଛନ୍ତି, କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ଲୋକ ନିୟମ ମାନୁ ନଥିଲେ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିପାରିବେ । ତେଣୁ ସରପଞ୍ଚଙ୍କ ସଟ୍‌ଡାଉନ୍‌ ଘୋଷଣାକୁ ବିଡିଓ ସ୍ଥଗିତ ରଖିଛନ୍ତି ।

ଜିଲ୍ଲାପାଳଙ୍କ ଅନୁମତି ନେଇ ସେଭଳି ସ୍ଥିତି ଆସିଲେ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିବେ ବୋଲି ବିଡିଓ କହିଛନ୍ତି । ସେପଟେ ସରପଞ୍ଚ ଓ ବିଡିଓଙ୍କ ମଧ୍ୟରେ ଟଣାଓଟରାକୁ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି ସାଧାରଣ ଲୋକ ଓ ବ୍ୟବସାୟୀ । ଚଣ୍ଡିଖୋଲ ଛକରେ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.