Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଗାଣ ବର୍ଷାରେ ଭୁଶୁଡିଲା ଯାଜପୁର ଉପକାରାଗାର ପାଚେରୀ

31/08/2018 at 9:48 PM

ଯାଜପୁର ୧|୯: ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ଜେଲ୍ ପାଚେରୀ । ଯାଜପୁର ଉପକାରାଗାର ପାଚେରୀ ଭୁଶୁଡିବା ଯୋଗୁଁ ଅଳ୍ପକେ ବର୍ତ୍ତିଛନ୍ତି ଅନ୍ତେବାସୀ । ଗତକାଲି ସାରାରାତି ବର୍ଷା ଲାଗି ରହିବା ଫଳରେ ବିଳମ୍ବିତ ରାତିରେ ଜେଲର ବାହାର ପାଚେରୀ ପାଚେରି ଭୁଶୁଡ଼ି ପଡ଼ିଛି । ତେବେ ସୌଭାଗ୍ୟବଶତଃ କୌଣସି ଅନ୍ତେବାସୀ ବାହାରକୁ ଯାଇନଥିବାରୁ କେହି ଆହତ ହୋଇନାହଁନ୍ତି । ପାଚେରି ଭୁଶୁଡ଼ି ଜେଲ୍ ଅନ୍ତେବାସୀଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଉପରେ ପଡ଼ିବାରୁ ଏହା ଭାଙ୍ଗି ଯାଇଛି । ୧୯୧୨ ମସିହାରେ ଯାଜପୁର ଟାଉନ୍ ଠାରେ ଯାଜପୁର ଉପକାରାଗାର ନିର୍ମାଣ ହୋଇଥିଲା । ତେବେ ଜେଲ୍ କର୍ତ୍ତୃପକ୍ଷଙ୍କ ବେପରୁଆ ନୀତି ଯୋଗୁଁ ଏହି ପାଚେରୀ ଭୁଶୁଡିଥିବା ଅଭିଯୋଗ ହୋଇଛି । ପାଚେରୀ ନର୍ମାଣ କରାଯାଇଥିବା ବେଳେ ଏହାକୁ ଯାଞ୍ଚ କରାଯାଇନଥିବା ଅଭିଯୋଗ ହୋଇଛି ।

   Related Posts