୧୪ ବର୍ଷରେ ୧୪ ଶହ କୋଟି କ୍ଷତି ; ତାଲା ପଡ଼ିବା ସ୍ଥିତି, କର୍ମଚାରୀଙ୍କ ମୁଣ୍ଡରେ ଚଡ଼କ

Published By : Prameya-News7 Bureau | August 25, 2019 IST

ଯାଜପୁର ୨୫|୮: ଯାଜପୁର ଜିଲ୍ଲାର ଏକ ମାତ୍ର ରାଷ୍ଟ୍ରାୟତ ଉଦ୍ୟାଗ ତଥା କଳିଙ୍ଗ ନଗରର ପ୍ରଥମ ଇସ୍ପାତ କାରଖାନା ନୀଳାଚଳ ଷ୍ଟିଲ୍‌। ୧.୧ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ କାରଖାନା ୧୪ ବର୍ଷରେ ୧୪ ଶହ କୋଟିରୁ ଅଧିକ ଟଙ୍କା କ୍ଷତି ସହିଛି । କାରଖାନାରେ ତାଲା ପଡ଼ିବା ସ୍ଥିତି ଉପୁଜିଥିବା ବେଳେ କର୍ମଚାରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ତେବେ ରାଜ୍ୟର ଏହି ଦ୍ବିତୀୟ ଇସ୍ପାତ କାରଖାନାକୁ ଏବେ କେବଳ ସରକାର ହିଁ ଭରଷା ।

{"id":148842}

ସଙ୍କଟରେ ବିଜୁବାବୁଙ୍କ ସ୍ବପ୍ନର ଇସ୍ପାତ କାରଖାନା। ଘୋର ଦୁର୍ଦ୍ଦିନ ଦେଇ ଗତିକରୁଛି ନୀଳାଚଳ ଇସ୍ପାତ କାରଖାନା। ଗତ ୧୪ ବର୍ଷରେ କାରଖାନା ୧୪ ଶହ କୋଟିରୁ ଅଧିକ ଟଙ୍କା କ୍ଷତି ସହିଥିବା ବେଳେ ଏବେ ବନ୍ଦ ହେବା ସ୍ଥିତିରେ । କମ୍ପାନୀର ବ୍ଲାଷ୍ଟ ଫର୍ଣ୍ଣେସ୍‌, ସିଟିଂ ପ୍ଲାଣ୍ଟ ଓ କଲଭ୍ଲେୟର ବେଲ୍ଟର ସ୍ଥିତି ଖରାପ । ଗୋଟିଏ ପଟେ ଶହ ଶହ କୋଟି ଟଙ୍କାର କ୍ଷତି ଓ ଅନ୍ୟପଟେ  ଖରାପ ଯନ୍ତ୍ରାଶଂ ପାଇଁ କାରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।

{"id":148843,"width":581,"height":436}

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଚାଲିଥିବା ଏହି କାରଖାନା ପାଇଁ ଆନ୍ତରିକତା ଅଭାବରୁ ଏଭଳି ସ୍ଥିତି ଉପୁଜିଛି । ଦେବାଳିଆ ସ୍ଥିତିରେ ଚାଲିଥିବା ଏହି ଉଦ୍ୟୋଗର ପୁନଃରୁଦ୍ଧାର ପାଇଁ ଶ୍ରମିକ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଛି । ଏପରିକି ସେଲ ସହିତ ନିଳାଚଳ ଷ୍ଟିଲର ମିଶ୍ରଣ କରିବାକୁ ମଧ୍ୟ ଦାବି ହୋଇଛି । କିନ୍ତୁ ଶହ ଶହ ଶ୍ରମିକଙ୍କ ସ୍ବାର୍ଥକୁ କେନ୍ଦ୍ର ସରକାର କି ରାଜ୍ୟ ସରକାର ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି । ବାରମ୍ବାର ଶ୍ରମିକମାନେ ଧାରଣା ଧର୍ମଘଟ କରୁଛନ୍ତି କିନ୍ତୁ ଫଳ ଶୂନ।

{"id":148844,"width":578,"height":434}

ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ପାଇଁ ସ୍ବପ୍ନ ଦେଖିଥିଲେ ସ୍ବର୍ଗତ ବିଜୁ ପଟ୍ଟନାୟକ। ଯେଉଁଥି ପାଇଁ ନୀଳାଚଳ କମ୍ପାନୀକୁ ଓଡ଼ିଶାରେ କାରଖାନା ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । କମ୍ପାନୀ ପ୍ରତିଷ୍ଠା ହେବା ପରେ ୧୯୯୪ ମସିହାରୁ ରାଜ୍ୟ ସରକାରଙ୍କ ଦାୟିତ୍ବରେ ଥିଲା କାରଖାନା । ୪୯.୭୮ ପ୍ରତିଶତ ଅଂଶଧନ ସହ MMTC ଥିଲା କମ୍ପାନୀରେ ସର୍ବାଧିକ ଭାଗିଦାରୀ । ସେହିପରି ରାଜ୍ୟ ସରକାର ଇପିକଲ ମାଧ୍ୟମରେ ନେଇଥିଲେ ୨୭.୬୧ ପ୍ରତିଶତ ଅଂଶଧନ । ଏକଦା ପିଗ୍‌ ଆଇରନ ରପ୍ତାନୀରେ ସାରା ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା ନୀଳାଚଳ ଷ୍ଟିଲ୍‌। କିନ୍ତୁ ଇସ୍ପାତ ବଜାରର ମାନ୍ଦାବସ୍ଥା ପାଇଁ  ସରକାର କାରଖାନା ବନ୍ଦ କରିବାକୁ ବସିଛନ୍ତି । ମେକ୍‌ ଇନ୍‌ ଓଡ଼ିଶା ମାଧ୍ୟମରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଚୁକ୍ତି ପରେ ଚୁକ୍ତି କରୁଛନ୍ତି । କିନ୍ତୁ ୧୫ ଶହ କୋଟିର ଏହି କାରଖାନା ବନ୍ଦ ହେବାକୁ ବସିଛି । ତେଣୁ ଭିଟାମାଟି ଛାଡି ବିସ୍ଥାପିତ ହୋଇଥିବା ୬ ଶହ ଶ୍ରମିକଙ୍କ ପରିବାର ଏବେ ଚିନ୍ତାରେ ।

{"id":148845}

ଅତୀତରେ କଳିଙ୍ଗ ନଗରରେ ଶିଳ୍ପ ପ୍ରତିଷ୍ଠା ପାଇଁ ୧୩ ଆଦିବାସୀଙ୍କ ମୁଣ୍ଡ ଗଡ଼ିଛି । ସେହି ଅଞ୍ଚଳରେ ଏବେ ନୀଳାଚଳ କାରଖାନା ବନ୍ଦ ହେବାକୁ ବସିଛି । ତେଣୁ ଶହ ଶହ ଶ୍ରମିକଙ୍କ ପେଟକୁ ଲାତ ନମାରି ସରକାର ସେମାନଙ୍କ ସ୍ବାର୍ଥକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.