Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ବିଶ୍ବାସର ପ୍ରତୀକ ମା’ କୁସୁମାବତୀ: ପୂର୍ଣ୍ଣିମା, ଅମାବାସ୍ୟା ଓ ସଂକ୍ରାନ୍ତିରେ ଅନୁଷ୍ଠିତ ହୁଏ ବିଶେଷ ପୂଜା

5/01/2021 at 2:51 PM

ଭୁବନେଶ୍ୱର ୦୫/୦୧ : ବିଶ୍ବାସରେ ପଥର ପାଲଟି ଯାଏ ଦେବତା । ଅବିଶ୍ବାସରେ ଦେବତା ବି’ ପଥର ପାଲଟି ଯାଆନ୍ତି। ମଣିଷ ଭକ୍ତିର ଆଂଜୁଳା ଟେକି ଦୈବୀଶକ୍ତି ଉପରେ ଆଶ୍ରୟ ରଖିଥାଏ । ତାହା ପୁଣି ପ୍ରଗାଢ ବିଶ୍ବାସରେ । ସେହି ବିଶ୍ବାସର ମୁଗ୍ଧ ଚେତନା ମଣିଷକୁ ଦୁଃଖ, ଯନ୍ତ୍ରଣା ଓ ବିପଦ ଆପଦରୁ ରକ୍ଷା କରିଥାଏ । ସେହିପରି ଏକ ବିଶ୍ବାସର ପ୍ରତୀକ ମା’ ଠାକୁରାଣୀ କୁସୁମାବତୀ । ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକର ପାରମ୍ପରିକ ପୀଠ। ହରିଦାସପୁର ଗ୍ରାମରେ ପ୍ରାଚୀନ ପରମ୍ପରାର ଏ ପୀଠ, ଗ୍ରାମର ପଶ୍ଚିମ ପାର୍ଶ୍ବରେ ପାହାଡର ପାଦ ଦେଶରେ ଅବସ୍ଥିତ ।  

ଓଁ କୁସୁମା ମୃତ ସନ୍ତୁଷ୍ଟା କୁସୁମାରଣ୍ୟ ବାସିନୀମ୍ ।
ସର୍ବସୌଖ୍ୟ ପ୍ରଦେଦେବୀ ନିତ୍ୟ ତ୍ବାଂ ’ପ୍ରଣମାମ୍ୟହଂ ॥

ଏ ପୁରାତନ ଶକ୍ତିପୀଠର ପରମ୍ପରା ଖୋଜିଲେ ଜଣାପଡେ ଯେ’ ଐତିହାସିକ ବରୁଣା ପାହାଡ ଏବଂ ହରିଦାସପୁର ପାହାଡ ସଂଲଗ୍ନ ଏ ସ୍ଥାନଟି ଜଙ୍ଗଲ ଥିଲା । କିଛି ଆଦିମ ଆଦିବାସୀ ଶବରମାନଙ୍କୁ ବାଦ ଦେଇ ପାଖ ଅଂଚଳରେ କୌଣସି ଜନବସତି ନ’ଥିଲା । ଶବରମାନଙ୍କ ଭିତରୁ କିଛି ଲୋକ ମା’ଙ୍କର ପ୍ରତିମୂର୍ତ୍ତିୀ ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ । କ୍ରମଶଃ ମା’ଙ୍କ ପୂଜା ପାଇଁ ନିଯୁକ୍ତ ବଂଶଧର ମାନେ ଦେହୁରୀ ଭାବରେ ପରିଚିତ ହେଲେ । ଏହି ପରମ୍ପରା ଆଜି ମଧ୍ୟ ବଜାୟ ରହିଛି । ଅନ୍ୟାନ୍ୟ ପୁରୋହିତ ମା’ଙ୍କୁ ପୂଜାର୍ଚ୍ଚନା  କରୁଥିଲେ ମଧ୍ୟ ଦେହୁରୀ ବଂଶଧର ମା’ଙ୍କ ସେବାରେ ସମର୍ପିତ ଅଛନ୍ତି ।

ମା’ଙ୍କ ସମ୍ପର୍କରେ ଅନେକ ବିସ୍ମୟକର  ଲୋକ କଥା ଶୁଣିବାକୁ ମିଳେ । ଏଠାର ବୟୋଜ୍ୟୋଷ୍ଠ ବ୍ୟକ୍ତିମାନେ ମତବ୍ୟକ୍ତ କରନ୍ତି  ଯେ’ ଏହି ବିସ୍ତିର୍ଣ୍ଣ ଜଙ୍ଗଲିଆ ଅଂଚଳକୁ ଯେତେବେଳେ କିଛି ଆଦିବାସୀ ଚାଲିଆସି ଘର-ଦ୍ବାର କରି ରହିଲେ ସେତେବେଳେ ସେମାନେ କିଛି ଅଲୌକିକ ଘଟଣା ଦେଖିବାକୁ ପାଇଲେ । ନିସ୍ତବ୍ଧ ରାତ୍ରୀରେ କେହି ଜଣେ ମୁକ୍ତକେଶୀ ବିକଳ କ୍ରନ୍ଦନ କରି ଗାଁ ସାରା ଘୂରି ବୁଲୁଛି । ଆଜି ଆମେ ଏହାକୁ କିମ୍ବଦନ୍ତୀ  କିମ୍ବା କପୋଳ କଳ୍ପିତ କଥା ଭାବେ ଗ୍ରହଣ କରିପାରୁ । ମା’ଙ୍କ ମହିମାରେ ଆକର୍ଷିତ ହୋଇ ନିକଟସ୍ଥ ଚଣ୍ଡିଖୋଲ୍ ଆଶ୍ରମ ଓ ମହାବିବ୍ୟାଳୟର ପ୍ରତିଷ୍ଠାତା ତଥା ଭାରତ ବର୍ଷର ବିଶିଷ୍ଟ ଦାର୍ଶନିକ ବାବା ଭୈରବାନନ୍ଦ ଅନେକ ଥର ଆସି ପୂଜାର୍ଚ୍ଚନା କରୁଥିଲେ । ହରିଦାସପୁର ଗ୍ରାମରେ ଜନ୍ମ ନେଇଥିଲେ ଡା.ଗୋଲକ ଚନ୍ଦ୍ର ଷଡଙ୍ଗୀ । ମା’ଙ୍କ ସେବାରେ ସମର୍ପିତ ହୋଇ ପରେ ଚଣ୍ଡି ସାଧନା ପାଇଁ ତ୍ୟାଗ କରିଥିଲେ ବୃତ୍ତି । ଘର- ଦ୍ବାର ଛାଡି ଚାଲିଗଲେ ନିଘଞ୍ଚ ଚଣ୍ଡିଖୋଲ୍ ଜଂଗଲକୁ । କିଛି ବର୍ଷ ପରେ ମହାବିନାୟକ ମନ୍ଦିର ଉପରେ ବରୁଣା ପାହାଡର ମଧ୍ୟ ସ୍ଥଳରେ ପ୍ରତିଷ୍ଠା କରିଥିଲେ ବାସନ୍ତୀ ଦୁର୍ଗା ପୀଠ । ବ୍ୟାଘ୍ର ବାସିନୀ ମା’ କୁସୁମା ବତୀ । ସିଂହ ତାଙ୍କ ମନ୍ଦିରର ଦ୍ବାରପାଳ । ଲୋକ କଥା ଓ କିମ୍ବଦନ୍ତୀ ଉର୍ଦ୍ଧ୍ବରେ ତାଙ୍କ ମମତା ଓ ମହିମା ।  

ପ୍ରତି ପୂର୍ଣ୍ଣିମା, ଅମାବାଶ୍ୟା ଓ ସଂକ୍ରାନ୍ତି ତିଥିରେ ମା’ଙ୍କର ସ୍ବତନ୍ତ୍ର ପରମ୍ପରା ଅନୁସାରେ ଦେହୁରୀ ସେବାୟତ ମାନେ ଗାଁ ଗାଁ ବୁଲି ଭିକ୍ଷା କରି ଯାହା ଆଣନ୍ତି ତାହା ପୂଜାର୍ଚ୍ଚନା ହୁଏ ଏବଂ ପରେ ପ୍ରସାଦ ବାଣ୍ଟି ଦିଆଯାଏ । ମା’ ଦ୍ରୌପଦୀ ଦେବୀଙ୍କ ତତ୍ବାବଧାନରେ ଦେବୀ ନିତି ଆୟୋଜିତ ହେଉ ଥିଲା । ତାଙ୍କ ଅନ୍ତେ ମୁଖ୍ୟ ପୂଜକ କମଳ ଲୋଚନଙ୍କ ତତ୍ବାବଧାନରେ ପୂଜାର୍ଚ୍ଚନା ଆୟୋଜିତ ହୋଇ ଆସୁଛି । ସକାଳୁ ବାଳ ଭୋଗ କରା ଯାଏ, ଏବଂ ତତ୍ ସଂଗେ ସଂଗେ କୁସୁମା ନାମରେ ସ୍ବତନ୍ତ୍ର ଭୋଗ ପ୍ରସ୍ତୁତ କରାଯାଏ । ଆଖ ପାଖ ଅନେକ ଗ୍ରାମରୁ ଭକ୍ତ ଏ ଭୋଗ ପାଇବା ପାଇଁ ଆସନ୍ତି । ମଧ୍ୟାହ୍ନରେ ଅନ୍ନ ଭୋଗ ହୁଏ । ମା’ଙ୍କ ସଂଧ୍ୟା ଆଳତିରେ ପ୍ରତିଦିନ ଭକ୍ତମାନେ ଯୋଗ ଦେଇଥାନ୍ତି । ଶାରଦୀୟ ଦୁର୍ଗାଷ୍ଟମୀ ଏବଂ ଦଶହରା ଦିନ ମା’ଙ୍କ ପୀଠରେ ଏକ  ବିଶେଷ ପୂଜାର୍ଚ୍ଚନା ଆୟୋଜନ କରା ଯାଏ । ଫାଲଗୁନ ଶୁକ୍ଳଷଷ୍ଟୀ ତିଥିରେ ମା’ଙ୍କ ପୀଠରେ  ଏକ ମହୋତ୍ସବ ଓ ଦୋଳଯାତ୍ରା  ଅନୁଷ୍ଟିତ ହୋଇଥାଏ ।

ଉପସ୍ଥାପନା : ସୁବ୍ରତ ଜେନା                                                                     

   Related Posts