ଯାଜପୁର ନାବାଳିକା ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ

Published By : Prameya-News7 Bureau | December 03, 2021 IST

ଯାଜପୁର ୦୩।୧୨:  ୨୦୧୬ ମସିହାରେ ଯାଜପୁର ରୋଡ଼ ଥାନା ଅଂଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଯାଜପୁର ଜିଲ୍ଲା ଦୌରାଜଜ୍ ରାୟ ଶୁଣାଇଛନ୍ତି। ଶୁକ୍ରବାର ଆସାମୀକୁ ୧୦ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜରିମାନା ଅନାଦେୟ ଆଉ ଏକ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଏବଂ ଫାଷ୍ଟ୍ରକ ଜଜ। ଏଥିସହ ନାବାଳିକାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ବୋର୍ଡଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି ।

ଗତ ୨୦୧୬ ମସିହାରେ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ବ୍ୟାସ ସରୋବର ମେଳା ଦେଖିବାକୁ ଯାଇଥିବା ସେହି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଜଣେ ଗାଡି ଚାଳକ ଘରେ ଛାଡିବାକୁ ନେଇଥିବା ବେଳେ ବାଟରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ତେବେ ଏ ନେଇ ୧୨ ଜଣ ସାକ୍ଷୀଙ୍କ ଶୁଣାଣି ପରେ ଆଜି ୧୦ ବର୍ଷ ଜେଲ ଦଣ୍ଡ ବିଧାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.