Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

୮୩ ତମ କରୋନା ସଂକ୍ରମିତ ଯାଜପୁର ଦଶରଥପୁର ଅଞ୍ଚଳର, ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ସଂସ୍ପର୍ଶ ଆସିଛନ୍ତି ଏହି ବ୍ୟକ୍ତି, ସୂଚନା ଦେଲେ ଜିଲ୍ଲାପାଳ

22/04/2020 at 8:18 PM

ଯାଜପୁର୨୨/୪: ରାଜ୍ୟର ୮୩ ତମ କରୋନା ସଂକ୍ରମିତ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଅକରପଡା ଗ୍ରାମର । ଏହି ବ୍ୟକ୍ତି ଓ ତାଙ୍କର ଭାଇ କୋଲକାତା ବାବୁଘାଟରୁ ୨୯ ତାରିଖ ଦିନ ବାହାରି ୩୦ ତାରିଖ ଦିନ ଯାଜପୁର ରେ ପହଁଞ୍ଚି ଏକ ଫୋର୍ସ ଗାଡ଼ିରେ ନିଜ ଘରକୁ ଆସିଥିଲେ । ଜିଲ୍ଲାରେ ପୂର୍ବରୁ ଚିହ୍ନଟ ହୋଇଥିବା ୫ ଜଣ ସଂକ୍ରମିତଙ୍କ ସଂସ୍ପର୍ଶରେ ଏହି ଦୁଇଭାଇ ଆସିଥିଲେ । ଏ ଦୁଇ ଭାଇ ଯାଜପୁର ପହଂଚିବା ପରେ ୧୦୪ରେ ରେଜିଷ୍ଟ୍ରେସନ କରି ପ୍ରିଲିମି ନାରୀ ଟେଷ୍ଟ କରିଥିଲେ ।

ହୋମ୍ କ୍ଵାରେଣ୍ଟାଇନ୍‌ରେ ଏହି ଦୁଇଜଣ ୧୪ ଦିନ ରହିଥିଲେ। ଏହି ବ୍ୟକ୍ତି ଜଣଙ୍କ ନିଜ ପରିବାର ସଦସ୍ୟଙ୍କ ସହ ମିଳାମିଶା କରିଥିଲେ। ଏହା ସହ ଗାଁରେ ତାସ ଖେଳିବା , ସେଳୁନରେ ଚୁଟି କାଟିବା , ବ୍ୟାଙ୍କ ଯିବା , ମାଛ ମାର୍କେଟ ଯିବା ଏହିପରି ଭାବେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ସଂସ୍ପର୍ଶରେ ଆସିଥିବାର ଜଣାପଡିଛି। ଗତ ୧୭ ତାରିଖରେ ତାଙ୍କର ରାଣ୍ଡମ ଟେଷ୍ଟ ପାଇଁ ବ୍ଲଡ଼ ସାମ୍ପୁଲ ପରୀକ୍ଷା ପାଇଁ ଯାଇଥିବା ବେଳେ ଆଜି କେବଳ ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କର କୋଭିଡ-୧୯ ପଜିଟିଭ ଆସିଥିବାର ସୂଚନା ମିଳିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ପାଇଁ ଟ୍ରେସିଂ କାର୍ଯ୍ୟ ଚାଲୁ ରହିଥିବାର ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ।

   Related Posts