ମୋଟ ୫୦୦ରୁ ୪୯୭ ମାର୍କ ରଖି ସିବିଏସ୍‌ଇ ଟପ୍ପର ହେଲେ ଆର୍ଚି, ପଢ଼ିବେ ଏମ୍‌ବିବିଏସ୍‌ ଲକ୍ଷ୍ୟ ଆଇଏସ୍‌

Published By : Prameya-News7 Bureau | August 04, 2021 IST

ଚଣ୍ଡିଖୋଲ, ୦୪/୦୮: ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଚଳିତ ବର୍ଷ ସତ ପ୍ରତିଶତ ଫଳାଫଳ ହୋଇଛି । କରୋନା ମହାମାରୀ କାରଣରୁ ପରୀକ୍ଷା ନ ହୋଇ ପୂର୍ବ ମାର୍କ ଆଧାରରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥର ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ବେଶ କୃତକାର୍ଯ୍ୟ ହୋଇଛନ୍ତି ।

wp:html https://www.youtube.com/watch?v=7xPxTQyVdkc /wp:html

ଯାଜପୁର ଜିଲ୍ଲା ଧର୍ମଶାଳାର ଝିଅ ଆର୍ଚି ନାୟକ ସିବିଏସଇ ପରୀକ୍ଷାରେ ବେଶ ଭଲ ମାର୍କ ରଖି ଟପର ହୋଇଛନ୍ତି । ମୋଟ ୫୦୦ରୁ ୪୯୭ ମାର୍କ ରଖିବା ସହିତ ୯୯.୪ ପ୍ରତିଶତ ମାର୍କ ରଖି ସେ ଟପର୍‌ ହୋଇଛନ୍ତି । ପୂର୍ବ ପରୀକ୍ଷାରେ ମଧ୍ୟ ସେ ଭଲ ମାର୍କ ରଖିଥିଲେ । କଟକ ଡିଏଭି ସ୍କୁଲର ଛାତ୍ରୀ ଆର୍ଚି ପରୀକ୍ଷା ଫଳକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଆଗାମୀ ଦିନରେ ଏମବିବିଏସ ପଢିବା ସହ ସିଭିଲ ସର୍ଭିସରେ ଯୋଗ ଦେବା ସେ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ସଫଳତାର ଶ୍ରେୟ ସେ ନିଜ ପରିବାର ଓ ଶିକ୍ଷକଙ୍କୁ ଦେଇଛନ୍ତି । ଝିଅର ସଫଳତାକୁ ନେଇ ପରିବାର ଓ ସ୍ଥାନୀୟ ଅଂଚଳର ଲୋକେ ବେଶ ଉତ୍ସହିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.