ଯାଜପୁରରେ ହାତୀ ଆତଙ୍କ : ଲୋକଙ୍କ ଅଭିଯୋଗ- 'ଜଙ୍ଗଲ ନଷ୍ଟ ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ'

Published By : Prameya-News7 Bureau | October 26, 2021 IST

ଯାଜପୁର,୨୬/୧୦:  ଯାଜପୁର ଜିଲ୍ଲା ସଦର ଥାନା ନୁଣୂପୁର ଗାଁରେ ହାତୀ ଆତଙ୍କ । ଗାଁରେ ପ୍ରଥମ ଥର କରି ହାତୀ ପଶି ଆସିଥିବାରୁ ଭୟଭୀତ ଗ୍ରାମବାସୀ । ସେପଟରେ ହାତୀ ଢେ଼ଙ୍କାନାଳ ରେଞ୍ଜରୁ ଆସିଥିବା ସୂଚନା ମିଳିଥିବା ବେଳେ ସୋମବାରଠାରୁ କଟକ ଢେଙ୍କାନାଳ ଏବଂ କେନ୍ଦ୍ରାପଡା ଅଞ୍ଚଳରୁ ଶହେରୁ ଉର୍ଦ୍ଧ୍ବ କର୍ମଚାରୀ  ତିନୋଟି ଟିମ୍ ସହ  ଏବେ ହାତୀକୁ ଘଉଡାଇବା ପାଇଁ ଲାଗିଛନ୍ତି ।  ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରୁ ଜୀବ ଜନ୍ତୁ ଗାଁ ମୁହାଁ ହୋଇଥିବାର ଗ୍ରାମବାସୀ କହିଛନ୍ତି ।

ନୂଣୁପୁର ଗାଁର  ଗ୍ରାମବାସୀ ମଙ୍ଗଳବାର ସକାଳ ସମୟରେ ହାତୀଟିକୁ ଧାନ କିଆରୀରେ ଦେଖିଥିବା ବେଳେ କିଛି ସମୟ ପରେ ହାତୀଟି ଆଖୁ କିଆରୀ ମଧ୍ୟକୁ ପସିଯାଇଥିଲା । ତେବେ ଏ ଅଞ୍ଚଳରେ  ହାତୀ ଆସିବାର କୌଣସି ସମ୍ଭାବନା ନଥିବାବେଳେ କେଉଁ କାରଣରୁ ହାତୀଟି ଏ ପରିବେଶକୁ ଆସିଛି ତାକୁନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ଜଙ୍ଗଲ ଦିନକୁ ଦିନ ନଷ୍ଟ ହୋଇଥିବା କାରଣରୁ ଅନେକ ଜୀବ ଜନ୍ତୁ ଗାଁ ମୁହାଁ ହୋଇଥିବାର କହିଛନ୍ତି ଗ୍ରାମବାସୀ । ଭୋର ସମୟରେ ଗ୍ରାମର କିଛି ଲୋକ ଆଖୁ କ୍ଷେତରେ ଏକ ହାତୀ ବୁଲୁଥିବାର ଦେଖିଥିଲେ । ବହୁ ଲୋକ ନୁଣୂପୁର ଶିବ ମନ୍ଦିର ନିକଟରେ ରୁଣ୍ଡ ହୋଇ ହାତୀକୁ ଦେଖିଥିଲେ । ଘଟଣା ସ୍ଥଳରେ ଯାଜପୁର ସଦର ଥାନା ପୋଲିସ ଓ ବନ ବିଭାଗର ବିଭିନ୍ନ ପଦାଧିକାରୀ ପହଁଚି ହାତୀ ରହିଥିବା ଆଖୁ କିଆରୀ ଉପରେ ତୀକ୍ଷ୍ଣ ନଜର ରଖିବା କଡନ କରି ରଖିଛନ୍ତି ।ସେପଟରେ କ୍ଷେତକୁ ସୁରକ୍ଷା ଦେବା ସହ ଜୀବନ କିପରି ହାନି ନହେବ ସୁରକ୍ଷା ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

{"id":533389,"sizeSlug":"full","linkDestination":"none"}

ସାଧାରଣ ଲୋକଙ୍କ ଗହଳିକି ନଜରରେ ରଖି ପୋଲିସ ସେମାନଙ୍କୁ ଘୋଡ଼େଇବାକୁ ଚେଷ୍ଟା କରୁଛି  ।ଅନ୍ୟ  ପକ୍ଷରେ ଏ ଅଞ୍ଚଳରେ ଲୋକମାନେ ଭୟଭୀତ ନହୋଇ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। କିଛିଦିନ ପୂର୍ବେ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏକ ହାତୀକୁ ଠାବ କରିଥିଲା ବନ ବିଭାଗ । ସେଇ ହାତୀଟି ଏଅଞ୍ଚଳକୁ ପଳାଇ ଆସିଥିବା ବନ ବିଭାଗ କର୍ମଚାରୀ କହିଛନ୍ତି । ଢେଙ୍କାନାଳ ଅଞ୍ଚଳରୁ ପଳେଇ ଆସିଥିବାର କହିଛନ୍ତି ବନବିଭାଗ ଅଧିକାରୀ । କିପରି ଲୋକେ ଭୟଭୀତ ନହୋଇ ଘରେ ସୁରକ୍ଷିତ ରହିବେ, ଆବଶ୍ୟକ ନପଡ଼ିଲେ ଛୋଟଛୁଆଙ୍କୁ ପଦାକୁ ନ ଛାଡ଼ିବା କୁ ଅନୁରୋଧ କରିଛନ୍ତି । ବନ ବିଭାଗ ଦ୍ଵାରା ଡାକ ବାଜି ଯନ୍ତ୍ର ଦ୍ୱାରା ସାଧାରଣ ଜନତାଙ୍କୁ ସତର୍କ କରାଯାଇଥିବା କହିଛନ୍ତି ବନବିଭାଗ ଅଧିକାରୀ ଶଶିକାନ୍ତ ବେହେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.